ପ୍ରିୟଙ୍କାଙ୍କ ଏକ୍ସ ବୟଫେଣ୍ଡ, ସ୍ୱାମୀ ନିକ୍‌ଙ୍କୁ ଦେଲେ ଏମିତି ଉପଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ପ୍ରିୟଙ୍କାଙ୍କ ଏକ୍ସ ବୟଫେଣ୍ଡ, ସ୍ୱାମୀ ନିକ୍‌ଙ୍କୁ ଦେଲେ ଏମିତି ଉପଦେଶ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସାହିଦ୍‌ କପୁର୍‌ ଓ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଆଫାୟାର୍‌ କଥା କାହାକୁ ବା ଅଛପା। ଦୁହେଁ ଫିଲ୍ମ ‘କମିନେ’ରେ ଏକାଠି କାମ କରିବା ସମୟରେ ସେମାନଙ୍କ ଆଫାୟାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ ସେ ସମ୍ପର୍କ ଭାଙ୍ଗିଯାଇଥିଲା। ଆଉ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।

ନିକଟରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କୁ ବିବାହ କରିଛନ୍ତି। ସାହିଦ୍‌ ମଧ୍ୟ ନିଜ ପତ୍ନୀ ମୀରା ରାଜ୍‌ପୁତ୍‌ ଓ ଦୁଇ ପିଲାଙ୍କ ସହ ଭାରି ଖୁସିରେ ଅଛନ୍ତି।

ଯେହେତୁ ସାହିଦ୍‌ ପ୍ରିୟଙ୍କାଙ୍କ କୋଷ୍ଟାର୍‌ ରହିସାରିଛନ୍ତି ତେଣୁ ତାଙ୍କୁ ପ୍ରିୟଙ୍କାଙ୍କ ସମ୍ବନ୍ଧିତ କିଛି ପ୍ରଶ୍ନ କରିବା ଭୁଲ୍‌ ନୁହେଁ।

ନିକଟରେ ‘କଫି ଉଇଥ୍‌ କରନ୍‌୬’ର ଏକ ସିଜିନ୍ ସରିବା ପରେ ଆଉ ଏକ ସିଜିନ୍‌ରେ ପ୍ରୋମ ଦେଖାଯାଇଛି। ସେଥିରେ ଦେଖିବାକୁ ମିଳିଛି  ସେ ଛୋଟ ଭାଇ ଇଶାନ୍‌ ଖଟର୍‌ଙ୍କ ସହ ଆସିଛନ୍ତି। କରନ୍‌ ଶୋ’ରେ ସାହିଦ୍‌ଙ୍କୁ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ଙ୍କୁ ସେ କେଉଁ ଉପଦେଶ ଦେବାକୁ ଚାହିଁବେ ପଚାରୁଥିବା ପ୍ରୋମୋରେ ଦେଖିବାକୁ ମିଳିଥିଲା। ଏହାର ଉତ୍ତର ରଖି ସାହିଦ୍‌ କହିଥିଲେ, ‘ମୁଁ ନିକ୍‌ଙ୍କୁ ବାସ୍‌ ଏତିକି କହିବି କି ନିକ୍‌ ଏହି ସଂପର୍କକୁ ଭାଙ୍ଗିବା କଥା ନ ଭାବନ୍ତୁ। କାରଣ ସେ ଅସଲି ‘ଦେଶୀ ଗର୍ଲ’ଙ୍କୁ ବିବାହ କରିଛନ୍ତି।’

ସୂଚନା ମୁତାବକ୍‌ ସାହିଦ୍‌ ଓ ପ୍ରିୟଙ୍କା ‘କମିନେ’ ଫିଲ୍ମର ଶୁଟିଂ ସମୟରେ ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ଦୁହେଁ ଏ ସମ୍ପର୍କ କେବେ ସ୍ୱୀକାର କରିନଥିଲେ । ପରେ ପରସ୍ପର ଜୀବନରେ ଆଗକୁ ବଢ଼ିଥିଲେ।

ଶୋ’ ପ୍ରୋମୋରେ ସାହିଦ୍‌ ଇଶାନ୍‌ଙ୍କୁ ଜାହ୍ନବୀଙ୍କ ନାଁ ନେଇ ଚିଡ଼ାଉ ଥିବାର ଦେଖା ଯାଇଥିବା ବେଳେ ଇଶାନଙ୍କ ଫୋନରେ ଜାହ୍ନବୀଙ୍କ ନମ୍ବର କେଉଁ ନାଁରେ ସେଭ୍‌ ରହିଛି ତାହା ଇଶାନ କହୁଥିବା ଦେଖା ଯାଇଛି।



from Odisha Reporter http://bit.ly/2FhvDkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages