
ଗୁଣପୁର( ଇନ୍ଦ୍ରଜିତ୍ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ପଦ୍ମପୁର କଲେଜ ରୋଡ୍ରେ ନକ୍ସଲଙ୍କ ହାତଲେଖା ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ନକ୍ସଲଙ୍କ ଘୁମୁସର-ନାଗାବଳୀ ଡିଭିଜନ ତରଫରୁ ଏହି ପୋଷ୍ଟର୍ ଲଗାଯାଇଛି।
ଏହି ପୋଷ୍ଟରେ ପଦ୍ମପୁର ତହସିଲଦାରଙ୍କୁ ଦଣ୍ଡ ଦିଆଯିବା ନେଇ ଚେତାବନୀ ଦିଆଯାଇଛି। ପଦ୍ମପୁର ମୁଖ୍ୟ ରାସ୍ତା କଡ଼ରେ କିଛି ଲୋକେ ଦୋକାନ କରିଥିଲେ। ସେମାନଙ୍କୁ ଜୋରଜବରଦସ୍ତ ଉଚ୍ଛେଦ କରାଯାଇଥିବାରୁ ତହସିଲଦାରଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି।
ଅନ୍ୟପକ୍ଷରେ ପୁଲିସ୍କୁ ତଥ୍ୟ ଦେଉଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳର ଗୋଟିଏ ପରିବାରର ୭ ଜଣଙ୍କୁ ଦଣ୍ଡ ଦିଆଯିବ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି। ତେବେ ପୋଷ୍ଟରର ସତ୍ୟାସତ୍ୟ ନେଇ ପୁଲିସ୍ ତଦନ୍ତ କରୁଛି।
from Odisha Reporter http://bit.ly/2Hxd4vL
No comments:
Post a Comment