
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁଗୀତା ମେହେଟାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପାଇଁ ଘୋଷଣା କରାଯାଇଥିବା ବେଳେ ସେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଜଣେ ଓଡ଼ିଆ ତଥା ଆମେରୀକୀୟ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୀତା ମେହେଟା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିବାକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତିରେ ବେଶ୍ ହଲଚଲ ହୋଇଛି। ଏ ବାବଦରେ ଗୀତା କହିଛନ୍ତି ଯେ,ଆଗକୁ ସାଧାରଣ ନିର୍ବାଚନ ଅଛି। ତେଣୁ ଏହା ଏକ ଭୁଲ୍ ବାର୍ତ୍ତା ଦେବ। ଏହା ସରକାର ଓ ମୋ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଥାଆନ୍ତା।
ତେବେ ଏକ ରାଷ୍ଟ୍ରୀୟ ପୁରସ୍କାରକୁ ଗ୍ରହଣ କରିବାକୁ ଅଗ୍ରାହ୍ୟ କରି ଦେବାରେ ଗୀତା ଏକମାତ୍ର ବ୍ୟକ୍ତି ନୁହନ୍ତି। ତାଙ୍କୁ ପୂର୍ବରୁ ଆହୁରି ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ କାରଣ ଯୋଗୁ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଭଳି ରାଷ୍ଟ୍ରୀୟ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରିକି ଭାରତରତ୍ନ ଭଳି ଦେଶର ସର୍ବୋଚ୍ଚ ବେସାମରିକ ନେବାକୁ ମନା କରିଥିଲେ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।
ମୌଲାନା ଅବଦୁଲ କାଲାମ୍: ଜଣେ ଖ୍ୟାତି ସମ୍ପନ୍ନ ଶିକ୍ଷାବିତ୍ ତଥା ପ୍ରଥମ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମୌଲାନା ଅବଦୁଲ କାଲାମ୍ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ନେବାକୁ ଅଗ୍ରାହ୍ୟ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେଉଁମାନେ ଏହି ଶ୍ରେଷ୍ଠ ସମ୍ମାନ ପାଇଁ ଜାତୀୟସ୍ତରରୀ ଚୟନ କମିଟିରେ ରୁହନ୍ତି ସେମାନେ ଏହି ପୁରସ୍କାର ନେବା ଅନୁଚିତ୍। ତେବେ ମୌଲାନାଙ୍କ ମୃତ୍ୟୁ ପରେ ତାଙ୍କୁ ମରଣୋତ୍ତରଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ସୁବାସ ଚନ୍ଦ୍ର ବୋଷ: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୯୪୫ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ୧୯୯୨ରେ ତାଙ୍କୁ ମରଣୋତ୍ତର ସମ୍ମାନ ଭାବେ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ହେଲେ ତାଙ୍କ ପରିବାର ଏହି ସମ୍ମାନ ଗ୍ରହଣ କରିଥିଲା। ସେମାନେ କହିଥିଲେ, ନେତାଜୀଙ୍କ ଭଳି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଚିହ୍ନିବାକୁ ସରକାରଙ୍କୁ ଦୀର୍ଘ ଦିନ ଲାଗିଗଲା।
ମଦର ଟେରେସା: ଜଣାଶୁଣା ସମାଜସେବୀ ମଦର ଟେରେସାଙ୍କକୁ ୧୯୬୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଥିଲା। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ତାଙ୍କୁ ଲାଗିଥିଲା ଈଶ୍ୱରଙ୍କ ନାମରେ ସେବା କରୁଥିବା ବ୍ୟକ୍ତି ଏହି ସମ୍ମାନ ଗ୍ରହଣ କରିବା ଅନୁଚିତ୍। ପରେ ତାଙ୍କୁ ବହୁ ବୁଝାସୁଝା କରି ମନାଇବା ପରେ ୧୯୬୨ରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ୧୯୮୦ରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସଲିମ୍ ଖାନ: ପ୍ରଖ୍ୟାତ ଲେଖକ ସଲିମ୍ ଖାନ୍ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ନେବାକୁ ମନା କରି ଦେଇଥିଲେ। ସେ କହିଥିଲେ ଯେ ତାଙ୍କୁ ଏହି ପୁରସ୍କାର ପ୍ରଦାନରେ ବହୁ ବିଳମ୍ବ କରାଯାଇଛି।
ଖୁଶୱନ୍ତ ସିଂହ: ଜଣାଶୁଣା ସାମ୍ବାଦିକ ତଥା ଲେଖକ ଖୁଶୱନ୍ତ ସିଂହ ୧୯୮୪ରେ ପଦ୍ମଭୂଷଣ ସମ୍ମାନ ନେବାକୁ ମନା କରି ଦେଇଥିଲେ। ୧୯୭୪ରେ ବ୍ଲୁ-ଷ୍ଟାର ଅପରେଶନ୍ ତଥା ସ୍ୱର୍ଣ୍ଣ ମନ୍ଦିରରେ ସେନା ପ୍ରବେଶକୁ ବିରୋଧ କରି ସେ ଏହି ପୁରସ୍କାର ନେବାକୁ ମନା କରି ଦେଇଥିଲେ।
ରବିଶଙ୍କର: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ୨୦୧୫ରେ ପଦ୍ମବିଭୂଷଣ ପୁରସ୍କାର ନେବାକୁ ମନା କରିଥିଲେ। ସେ କହିଥିଲେ, ଏହି ପୁରସ୍କାର ପାଇଁ ମୋଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ହେଲେ ୨୦୧୬ରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ।
from Odisha Reporter http://bit.ly/2UgUUQz
No comments:
Post a Comment