ପାଣି ସହ ଜଡ଼ିତ ଏହି ୫ଟି କଥା ହୁଏତ ଆପଣ ଜାଣି ନ ଥିବେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ପାଣି ସହ ଜଡ଼ିତ ଏହି ୫ଟି କଥା ହୁଏତ ଆପଣ ଜାଣି ନ ଥିବେ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳକୁ ଜୀବନର ସ୍ରୋତ ବୋଲି କୁହାଯାଏ। ଏହା ବିନା ପୃଥିବୀର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ଏହି କଥାକୁ ଧ୍ୟାନରେ ରଖି କୁହାଯାଇଥାଏ ଯେ, ଆମକୁ ପାଣି ନଷ୍ଟ କରିବା ଉଚିତ୍‌ ନୁହେଁ। ଏ ସବୁ ମଧ୍ୟରେ କ’ଣ ଆପଣ ଜାଣିଛନ୍ତି କି ବାସ୍ତୁ ଶାସ୍ତ୍ରରେ ପାଣି ବିଷୟରେ ୫ଟି ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯଦି ଆପଣ ଏହି କଥାକୁ ମାନି ଚଳିବେ, ତେବେ ଆପଣଙ୍କ ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ହୋଇପାରିବ।

ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ?

  • ଆପଣ ଘରେ ଲଗାଇଥିବା ଗଛ ଲତାରେ ନିୟମିତ ଭାବେ ପାଣି ଦେଉଥିବେ। କୁହାଯାଏ କି ଏପରି କଲେ, ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ବାସ କରିଥାନ୍ତି। ପରିବାର ଲୋକଙ୍କୁ ଧନ ଅଭାବର ସାମ୍ନା କରିବାକୁ ପଡ଼ି ନ ଥାଏ।
  • ବର୍ଷା ପାଣିକୁ କାଚ ବୋତଲରେ ପୂରାଇ ଆପଣଙ୍କ ବେଡ୍‌ ରୁମ୍‌ରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ବେଡ୍‌ ରୁମ୍‌ରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ସହିତ ଆପଣଙ୍କ ବୈବାହିକ ଜୀବନରେ ସୁଖମୟ ହୋଇଥାଏ।
  • ଚାନ୍ଦି ବାସନରେ ପାଣି ଭରି ଏହାକୁ ଘରେ ରଖନ୍ତୁ। କୁହାଯାଏ କି ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ଚିନ୍ତା ଦୂର ହେବ। ବ୍ୟକ୍ତି ଜୀବନ ସକାରାତ୍ମକ ଢଙ୍ଗରେ ଗତିଶୀଳ ହେବ। ସମ୍ପର୍କ ମଜବୁତ୍‌ ହେବ।
  • ବାସ୍ତୁ ଅନୁସାରେ ଗାଧୋଇବା ସମୟରେ ପ୍ରଥମେ ନାଭିରେ ପାଣି ଢାଳନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହା ସହିତ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି  ନ ଥାଏ।
  • ପାଣି ପିଇବାକୁ ଦିଆଯାଉଥିବା ଗ୍ଲାସ୍‌ର ସେଟ୍‌ କେବେ କାହାକୁ ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଅଶୁଭ । ଏହା ଦ୍ୱାରା ଆପଣଙ୍କୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିଥାଏ।


from Odisha Reporter http://bit.ly/2SQwBIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages