
କାମାକ୍ଷାନଗର (ରାକେଶ ଦେହୁରୀ): ବାହା ହେବାକୁ ମନା କରି ଦେବାରୁ ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅର୍ନ୍ତଗତ କଣ୍ଟାପାଳ ଗାଁରେ। ଆହତ ମହିଳାଙ୍କ ନାଁ ମାମିନା ନାୟକ (୨୫)। ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମାମିନା ହେଉଛନ୍ତି କଣ୍ଟାପାଳ ଗାଁର ଦୁଃଶାସନ ପାତ୍ରଙ୍କ ଝିଅ। ସେ ତରାଜଙ୍ଗ ଗାଁର ରଘୁନାଥ ନାୟକଙ୍କୁ ବିବାହ କରିଥିଲେ। ତେବେ ବାହାଘରର ବର୍ଷେ ନ ପୂରୁଣୁ ସେ ବିଧବା ହୋଇ ଯାଇଥିଲେ। ଏକ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସେ ତାଙ୍କ ବାପ ଘରକୁ ପଳାଇ ଆସିଥିଲେ ଓ ସେଠାରେ ରହୁଥିଲେ।
ମାମିନାଙ୍କ ଦିଅର ସିପୁ ନାୟକ ତାଙ୍କୁ ବାହା ହେବାକୁ ଚାହୁଁଥିଲେ। ହେଲେ ମାମିନ ଏହି ବିବାହ ପାଇଁ ରାଜି ନ ଥିଲେ। ସିପୁଙ୍କୁ ବାହା ହେବାକୁ ସେ ମନା କରି ଦେଇଥିଲେ।
ବାହା ହେବାକୁ ମାମିନା ମନା କରି ଦେବା ପରେ ସିପୁ ରାଗି ଯାଇଥିଲା। ଆଜି ସକାଳେ ମାମିନ ଶୌଚ ହୋଇ ଘରକୁ ଫେରୁଥିବା ବେଳେ ସେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ମାମିନଙ୍କ ପିଠି, ଜଙ୍ଘ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଛି।
ମାମିନାଙ୍କ ଘର ଲୋକେ ଏ ନେଇ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ସିପୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
from Odisha Reporter http://bit.ly/2Mb8wd9
No comments:
Post a Comment