ପ୍ରଶାନ୍ତ କିଶୋରଙ୍କ ରାଜନୀତିକ କ୍ୟାରିଅର୍‌ ପାଇଁ ସାହା ହୋଇଥିଲେ ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ପ୍ରଶାନ୍ତ କିଶୋରଙ୍କ ରାଜନୀତିକ କ୍ୟାରିଅର୍‌ ପାଇଁ ସାହା ହୋଇଥିଲେ ଅମିତ ଶାହ

ନୂଆଦିଲ୍ଲୀ: ରାଜନୀତିକ କୂଟନୀତିଜ୍ଞ ପ୍ରଶାନ୍ତ କିଶୋର ସିଧାସଳଖ ଜେଡିୟୁର ଦ୍ୱିତୀୟ ଶୀର୍ଷ ପଦବୀରୁ ରାଜନୀତି ଆରମ୍ଭ କରିବାର ଗୋପନୀୟ କଥା ବର୍ତ୍ତମାନ ସାମ୍ନାକୁ ଆସିଛି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଏହି ବିଷୟରେ ନିଜେ ମତ ରଖିଛନ୍ତି।

ନିଜେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦୁଇ ଦୁଇ ଥର ଫୋନ୍‌ କରି ପ୍ରଶାନ୍ତ କିଶୋରଙ୍କୁ ତାଙ୍କ ଡେପୁଟୀ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲେ।

ନୀତିଶ କହିଥିଲେ, “ପ୍ରଥମ ଥର ପାଇଁ, ମୁଁ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁଛି ପ୍ରଶାନ୍ତ କିଶୋରଙ୍କୁ ଦଳୀୟ ପଦବୀ ଦେବା ସମ୍ପୂର୍ଣ୍ଣ ଭାବରେ ମୋ ନିଷ୍ପତ୍ତି ନଥିଲା। ପ୍ରଶାନ୍ତଙ୍କୁ ଦଳୀୟ ପଦବୀ ଦେବାପାଇଁ ମୁଁ ଅମିତ ଶାହଙ୍କଠାରୁ ଦୁଇ ଦୁଇ ଥର କଲ୍‌ ପାଇଥିଲି।”

କେବଳ ଯେ ଶାହ କହିଲେ ବୋଲି ତାହା ନୁହେଁ, ନୀତୀଶ ମଧ୍ୟ କୂଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ବେଶ୍‌ ପସନ୍ଦ କରନ୍ତି ବୋଲି କହିଛନ୍ତି। ମେ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଦଳକୁ ଯୁବବର୍ଗଙ୍କ ସହିତ ଯୋଡ଼ିବାପାଇଁ ଦାୟିତ୍ୱ ନେଇଛନ୍ତି ପ୍ରଶାନ୍ତ କିଶୋର। ନୀତୀଶ କହିଛନ୍ତି, ପ୍ରଶାନ୍ତ କିଶୋରଙ୍କୁ ଯୁବ ପ୍ରତିଭାଙ୍କୁ ବିଭିନ୍ନ ସାମାଜିକ ବର୍ଗରୁ ରାଜନୀତି ଆଡ଼କୁ ଆକର୍ଷିତ କରିବାପାଇଁ ଦାୟିତ୍ୱ ଦିଆଯାଇଛି। ରାଜନୀତିକ ପରିବାରରେ ଜନ୍ମନେଇନଥିବା ଯୁବବର୍ଗଙ୍କ ପାଖରେ ବହୁଦିନ ଧରି ରାଜନୀତି ପହଞ୍ଚିପାରୁନଥିବାରୁ, ସେ ଏହି ଦିଗରେ ପ୍ରୟାସ କରୁଛନ୍ତି।

ପ୍ରଶାନ୍ତ କିଶୋରଙ୍କୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ, ୨୦୧୫ ମସିହାରେ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ବିଜୟ ପଛର ପ୍ରଚ୍ଛଦପଟ ନାୟକ କୁହାଯାଏ। ଏହି ସମୟକୁ ମନେ ପକାଇ ନୀତୀଶ କୁହନ୍ତି, ଆମ ପାଇଁ ସେ ନୂଆ ନୁହେଁ। ସେ ୨୦୧୫ ବିଧାନସଭା ନିର୍ବାଚନ ସମୟରେ ଆମ ସହିତ ବେଶ୍‌ କିଛି ଦିନ କାମ କରିଛନ୍ତି, ମଝିରେ କେଉଁ ଏକ କାମରେ ସେ ବ୍ୟସ୍ତ ଥିଲେ।

ନୀତୀଶ କୁମାର ନିଜର ଉତ୍ତରାଧିକାରୀଙ୍କ ବିଷୟରେ କୁହନ୍ତି, ଏହି ବିକଳ୍ପ ଲୋକେ ହିଁ ବାଛିବେ। ଅନ୍ୟଦଳ ଭଳି କେବଳ ଯେ ପରିବାରରୁ କେହି ହେବେ ତାହା ନୁହେଁ। ପରିବାରବାଦକୁ ନେଇ ସେ ଏହି ଅବସରରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳର ଉଦାହରଣ ଦେଇଥିଲେ।



from Odisha Reporter http://bit.ly/2Fw7UhU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages