ଯୋଗେଶ ବି ଯିବେ! ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଯୋଗେଶ ବି ଯିବେ! ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି

vas

ସୁନ୍ଦରଗଡ଼ (ବିଜୟ ବରୁଆ): କଂଗ୍ରେସର ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ଖୁବ୍ ଜୋରରେ ଚର୍ଚ୍ଚା ହେଉଛି। ଏମିତିକି ଏବେ ଖାଲି ଆନୁଷ୍ଠାନିକ ଘୋଷଣା ବାକି ଅଛି ବୋଲି କୁହାଯାଉଛି। ଏହାକୁ ନେଇ ହଟଚମଟ ଲାଗିଥିବା ବେଳେ ଏବେ କଂଗ୍ରେସର ଆଉ ଜଣେ ବିଧାୟକଙ୍କ ମନ୍ତବ୍ୟ ଦଳର ଚିନ୍ତା ବଢ଼ାଇ ଦେଇଛି। ସେ ହେଉଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ। ଜାନୁଆରୀ ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଭୁବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗେଶ ଯୋଗ ଦେବେ ନାହିଁ ବୋଲି କହିଛନ୍ତି।

କିଞ୍ଜିରିକେଲା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ସେ କହିଥିଲେ, ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ଏଇ କିଛି ଦିନ ତଳେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଏହାର ମାସକ ପୂର୍ବରୁ ମୋର କିଛି ବ୍ୟକ୍ତିଗତ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି। ମୁଁ କିଛି ଗ୍ରାମାଞ୍ଚଳକୁ ଗସ୍ତ କରି ଜନସାଧାରଣଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନୀ ଋତୁ ହୋଇଥିବାରୁ ଲୋକଙ୍କ ସହିତ ମିଶିବାକୁ ପଡ଼ିବ। ତେଣୁ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବି ନାହିଁ।

ଯୋଗେଶ କହିଥିଲେ,“ଜନସାଧାରଣ ହେଉଛନ୍ତି ମୋର ପ୍ରଥମ ହାଇକମାଣ୍ଡ। କାରଣ ସେମାନେ ମୋତେ ଭୋଟ୍ ଦେଇ ଜିତାଇଛନ୍ତି। ତା’ପରେ ଯାଇ ପାର୍ଟି ହାଇକମାଣ୍ଡ। ମୋ ପାଇଁ ମାଟି ଆଗ, ତା’ପରେ ପାର୍ଟି।”

ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଦ୍ୱାରା କୌଣସି ଦଳୀୟ ଶୃଙ୍ଖଳା ଭଙ୍ଗ ହେବ ନାହିଁ ବୋଲି ମଧ୍ୟ ସେ କହିଥିଲେ।

ଏହା ସହିତ ଯୋଗେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି। ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢ଼ିଆ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ମଧ୍ୟ। ସେ ଜଣେ ଦକ୍ଷ ଶାସକ। ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି। ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି।”

ସେ ବିଜେଡିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚା ସଂପର୍କରେ କହିଥିଲେ,“ଲୋକେ ଯାହା କହିବେ, ତାହା କରିବି।”

କିଞ୍ଜିରିକେଲାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ନବ ଦାସ ମଧ୍ୟ ଯୋଗ ଦେଇଥିଲେ।



from Odisha Reporter http://bit.ly/2STTxXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages