ଭୁଲ୍ ନ କରିବି ଟ୍ରୋଲ୍‌ ହେଲେ ଅନୁଷ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଭୁଲ୍ ନ କରିବି ଟ୍ରୋଲ୍‌ ହେଲେ ଅନୁଷ୍କା

virat

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବା ପରେ ଅଧିନାୟକ ବିରାଟ କୋହଲି ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ସେଠାରେ ବୁଲାବୁଲି କରି ସମୟ ବିତାଉଛନ୍ତି। ସେମାନେ ଗତକାଲି (ଶନିବାର) ଅଷ୍ଟ୍ରେଲିଆନ୍‌ ଓପନ୍‌ର ମଜା ବି ନେଇଥିଲେ।

Masterଅଷ୍ଟ୍ରେଲିଆ ଓପନ୍‌ ଦେଖିବାକୁ ଯାଇଥିବା ବେଳେ ବିରାଟ ଓ ଅନୁଷ୍କା ମହାନ୍ ଟେନିସ୍ ତାରକା ରୋଜର ଫେଡରରଙ୍କ ସହିତ ଫଟୋ ଉଠାଇଥିଲେ।

ବିରାଟ ସେମାନଙ୍କର କିଛି ଫଟୋ ଟ୍ୱିଟ୍ କରି ଲେଖିଥିଲେ- ଅଷ୍ଟ୍ରେଲିଆନ୍ ଓପନ୍‌ରେ ଏକ ବଢ଼ିଆ ଦିନ। ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ ଶେଷ କରିବାର ଏହା ଏକ ବଢ଼ିଆ ଉପାୟ। ଅଷ୍ଟ୍ରେଲିଆନ୍‌ ଓପନ୍ ନିକଟରେ ମୁଁ କୃତଜ୍ଞ।

ଏହା ପରେ ଅଷ୍ଟ୍ରେଲିଆନ୍ ଓପନ୍‌ର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ମଧ୍ୟ ଏହି ତିନି ଜଣଙ୍କର ଏକ ଫଟୋ ପୋଷ୍ଟ୍ କରାଯାଇଥିଲା ଏବଂ ଏଥିରେ ଲେଖାଯାଇଥିଲା ତିନି କିମ୍ବଦନ୍ତୀ, ଗୋଟିଏ ଫଟୋ।

ଅଷ୍ଟ୍ରେଲିଆନ୍ ଓପନ୍‌ର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ଦିଆଯାଇଥିବା ଏହି କ୍ୟାପସନ୍‌ ପଢ଼ିବା ପରେ ଅନୁଷ୍କା ଟ୍ରୋଲ୍ ହୋଇଥିଲେ ବା ତାଙ୍କୁ ନିନ୍ଦା କରାଯାଇଥିଲା।

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ଯଦି ଅନୁଷ୍କା ଶର୍ମା କିମ୍ବଦନ୍ତୀ, ତା’ହେଲେ ମୁଁ ବି ଭାରତର ପ୍ରଧାନମନ୍ତ୍ରୀ।

ଅନ୍ୟ ଜଣେ ଲେଖିଛନ୍ତି, ଅନୁଷ୍କାଙ୍କୁ କିମ୍ବଦନ୍ତୀ କହି ନିଜକୁ ନିଜେ ରହସ୍ୟ କର ନାହିଁ।  ଏମିତି ଅନେକ ପ୍ରକାର କଥା ଲୋକେ ଲେଖିଛନ୍ତି ଯାହା ଅନୁଷ୍କାଙ୍କ ସମ୍ମାନହାନି କରୁଛି।



from Odisha Reporter http://bit.ly/2AWczG2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages