“ପ୍ରଥମ ଦେଖାରେ ମୋତେ କିସ୍‌ କରିଥିଲେ ରୋହିତ୍‌” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

“ପ୍ରଥମ ଦେଖାରେ ମୋତେ କିସ୍‌ କରିଥିଲେ ରୋହିତ୍‌”

ମୁମ୍ୱାଇ: କଲର୍ସ ଚ୍ୟାନେଲ୍‌ର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୭’ର ବିବାଦୀୟ ପ୍ରତିଯୋଗୀ ସୋଫିଆ ହାୟତ୍‌ ସର୍ବଦା ଚର୍ଚ୍ଚାରେ ରହିବାକୁ ଭଲ ପା’ନ୍ତି। ଏବେ ସେ ଏକ ଖାସ୍ କାରଣ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ଟିମ୍‌ ଇଣ୍ଡିଆର୍‌ ଷ୍ଟାର୍‌ ବ୍ୟାଟ୍‌ସମ୍ୟାନ୍‌ ତଥା ଆଇପିଏଲ୍‌ ଟିମ୍‌ ‘ମୁମ୍ୱାଇ ଇଣ୍ଡିଆନସ୍‌’ର କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ସହ ତାଙ୍କର ଲଭ୍‌ ଆଫୟାର୍‌ ଥିଲା ବୋଲି ନିକଟରେ ସୋଫିଆ ଦାବି କରିଛନ୍ତି। 

ରିପୋର୍ଟ ଅନୁସାରେ, ସୋଫିଆ ନିଜ ଜୀବନୀକୁ ନେଇ ଏକ ବହି ଲେଖୁଛନ୍ତି। ସେଥିରେ ସେ ରୋହିତ ଶର୍ମା ଓ ତାଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ ବିଷୟରେ ଲେଖିଛନ୍ତି।

ଏକ ଇଣ୍ଟରଭ୍ୟୁରେ ସୋଫିଆ କହିଛନ୍ତି ଯେ, “ସେ ରୋହିତଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ ଏବଂ ଏହି କଥା ସେ ନିଜ ପୁସ୍ତକରେ ଲେଖିବାକୁ ଯାଉଛନ୍ତି।” ସୋଫିଆ କହିଛନ୍ତି, ରୋହିତଙ୍କ ସହିତ ତାଙ୍କର ପ୍ରଥମ ଦେଖା ଲଣ୍ଡନରେ ହୋଇଥିଲା ଏବଂ ଏହି ପ୍ରଥମ ଦେଖାବେଳେ ହିଁ ରୋହିତ୍‌ ତାଙ୍କୁ କିସ୍‌ କରିଥିଲେ। 
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ରୋହିତ ତାଙ୍କ ପାଇଁ ଦିନେ ମରୁଥିଲେ। ଆମ ଦୁହିଁଙ୍କ ମଧ୍ୟରେ ବହୁତ ଅନ୍ତରଙ୍ଗ ବନ୍ଧୁତା ରହିଥିଲା । ଅନେକ ସମୟ ଆମେ ଦୁହେଁ ଏକାଠି ଅତିବାହିତ କରିଛୁ।ସବୁକିଛି ଠିକ୍‌ ଚାଲିଥିଲା। କିନ୍ତୁ ଥରେ ରୋହିତ କିଛି ଲୋକଙ୍କ ସହ ମୋର ପିରଚୟ କରାଇବା ସମୟରେ ମୋତେ ତାଙ୍କର ଏକ ଫ୍ୟାନ୍‌ ବୋଲି କହିଥିଲେ। ଏହି କଥା ଶୁଣି ମୋର ମନ ଭାଙ୍ଗି ଯାଇଥିଲା। ସେହି ଦିନଠାରୁ ଆମ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା।”

ସୋଫିଆ ରୋହିତଙ୍କୁ ନେଇ ଏପରି ମନ୍ତବ୍ୟ ଦେବା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ସାରିଛନ୍ତି। କିନ୍ତୁ ଏଥର ସୋଫିଆ ବିଶେଷ ଭାବରେ ନିଜ ବହିରେ ରୋହିତ ଓ ତାଙ୍କର ସମ୍ପର୍କ ବିଷୟରେ ଲେଖିବେ ବୋଲି କହିଛନ୍ତି। ଯାହା ରୋହିତଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଏକ ଖରାପ ଖବର। କିନ୍ତୁ ଏହି ବିଷୟ ନେଇ ରୋହିତଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
୨୦୧୫ରେ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଛି।



from Odisha Reporter http://bit.ly/2T3NAaN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages