ରୋଷେଇ ଘରେ ଖାଉଛନ୍ତି କି! ହୋଇପାରେ କ୍ଷତିକାରକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ରୋଷେଇ ଘରେ ଖାଉଛନ୍ତି କି! ହୋଇପାରେ କ୍ଷତିକାରକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ଲୋକ ବେଳେ ବେଳେ ରୋଷେଇ ଘରେ ଖାଇଦିଅନ୍ତି। ଆପଣ ଏପରି କରୁଥିଲେ, ଏବେଠାରୁ ଏହି ଅଭ୍ୟାସ ପରିତ୍ୟାଗ କରନ୍ତୁ। କାରଣ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରେ ଖାଇବାକୁ ବାରଣ କରାଯାଇଛି। ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି।

ଏହା ସହ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରର ନିର୍ମାଣ ଓ ବ୍ୟବହାର ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି। ଆସନ୍ତୁ ସେ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା।

୧. ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ଘରର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ।

୨, ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବ ଦିଗରେ ରହିବା ଉଚିତ। ଫ୍ରିଜ୍‌ କିମ୍ବା ମାଇକ୍ରୋୱେଭ୍‌ ଅଗ୍ନି କୋଣରେ ରହିବା ଦରକାର।

୩, ଯେଉଁଠି ସବୁବେଳେ ଆଲୋକ ଓ ପବନ ଆସୁଥିବ, ସେହି ଦିଗରେ ହିଁ ରୋଷେଇ ହେବା ଉଚିତ।

୪. ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ବ୍ୟକ୍ତି ଓ ପରିବାର ଉପରେ ଖରାପ ପ୍ରଭାବ ପଡ଼େ। ରୋଷେଇ ଘର ସବୁବେଳେ ସଫା ରଖିବା ଉଚିତ। ରୋଷେଇ ଘରେ ରାତିର ଅଇଁଠା ବାସନ କେବେ ବି ପକାଇ ରଖନ୍ତୁ ନାହିଁ।

୫. ରୋଷେଇ ଘରକୁ ଲାଗି କିମ୍ବା ଏହା ଉପରେ ବାଥ୍‌ରୁମ୍‌ ରହିବା ଉଚିତ ନୁହେଁ। ସବୁବେଳେ ଗାଧୋଇବା ପରେ ରୋଷେଇ ଘରକୁ ଯିବା ଉଚିତ। ରାଗି କିମ୍ବା ଚିଡ଼ଚିଡ଼ା ହୋଇ ରୋଷେଇ ଘରକୁ ଯାଆନ୍ତୁ ନାହିଁ।

୬. ରୋଷେଇ ଘରେ ଅସରପା, ବୁଢ଼ିଆଣୀ କିମ୍ବା ଝିଟପିଟି ରହିବାକୁ ଦିଅନ୍ତୁ ନାହିଁ। ରୋଷେଇ ଘରୁ ଭଙ୍ଗା ଓ ଫଟା ବାସନ ବାହାର କରି ଦିଅନ୍ତୁ। ଏ ସବୁ ବାସନ ଯୋଗୁ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼େ।

୭. ରୋଷେଇ ଘରେ କୌଣସି ପ୍ରକାର ଲିକେଜ୍‌ ନ ହେବା ଉଚିତ। ଯଦି ପାଣି ପାଇପ୍‌ ଖରାପ ଅଛି, ତେବେ ଏହାକୁ ତୁରନ୍ତ ଠିକ୍‌ କରନ୍ତୁ।



from Odisha Reporter http://bit.ly/2B3zAXz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages