
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଅଶାନ୍ତ କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ପରିସ୍ଥିତି ସୁଧୁରୁଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ହେଲେ ୧୪୪ ଧାରା ବଳବତ୍ତର ରହିବ।
ଗତକାଲି ଦୁଇ ଗୋଷ୍ଠୀଙ୍କ ସହ ଏସ୍ପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ମତ ଦେଇଥିଲେ। ଆଜି ସକାଳ ୯ଟାରେ ଶାନ୍ତି କମିଟି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଶୋଭାଯାତ୍ରା ହେବ। ଏଥିସହ ଆଗାମୀ ଦିନରେ ଏଭଳି ପରିସ୍ଥିତିକୁ କିପରି ଏଡାଇ ଯାଇପାରିବ ସେ ନେଇ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ସୂଚନା ଦେଇଛନ୍ତି।
ଦୁଇଦିନ ତଳେ ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତିକୁ ନଜରରେ ରଖି ପ୍ରଥମେ ସହରରେ ୧୪୪ ଧାରା ଓ ପରେ କର୍ଫ୍ୟୁ ଜାରି କରାଯାଇଥିଲା।
from Odisha Reporter http://bit.ly/2ROvblP
No comments:
Post a Comment