ରାଫେଲ ଡିଲ୍‌କୁ ନେଇ ସଂସଦରେ ମହାବିତର୍କ, ରାହୁଲ ଓ ଜେଟଲୀ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ରାଫେଲ ଡିଲ୍‌କୁ ନେଇ ସଂସଦରେ ମହାବିତର୍କ, ରାହୁଲ ଓ ଜେଟଲୀ ମୁହାଁମୁହିଁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ରାଫେଲ ଡିଲ୍‌କୁ ନେଇ ମୋଦି ସରକାର କ୍ଲିନ୍‌ଚିଟ୍‌ ଦେଇଥିଲେ ହେଁ କଂଗ୍ରେସ କିନ୍ତୁ ଏହାକୁ ଗ୍ରହଣ କରିପାରୁନାହିଁ। ଆଜି ଲୋକସଭାରେ କଂଗ୍ରେସ ପୁଣିଥରେ ରାଫେଲ ଡିଲ୍‌ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ଆଜି ଲୋକସଭାରା ରଫେଲ୍‌ ଡିଲ୍‌କୁ ନେଇ ଆରମ୍ଭ ହୋଇଥିବା ବିତର୍କରେ ଭାଗନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ରାଫେଲ ଡିଲ୍‌କୁ ନେଇ ଏକାଧିକ ପ୍ରଶ୍ନ ଉଙ୍କି ମାରୁଥିଲେ ହେଁ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦେବାକୁ ସାହସ କରିପାରୁନାହାନ୍ତି। ସେହିପରି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ସଦସ୍ୟଙ୍କ ପଛରେ ଲୁଚୁଛନ୍ତି। ଏଥିସହ ରାଫେଲ ଡିଲ୍‌ ସମ୍ପର୍କିତ ଏକ ଫାଇଲ୍‌ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ବେଡ୍‌ ରୁମ୍‌ରେ ରହିଛି। ଏ ସଂକ୍ରାନ୍ତ ଏକ ଅଡିଓ ଟେପ୍‌ ସଂସଦରେ ସମସ୍ତେ ଶୁଣନ୍ତୁ ବୋଲି ରାହୁଲ କହିଛନ୍ତି।

ଏଥିସହ ଡିଲ୍‌ ସଂକ୍ରାନ୍ତରେ ମୋଦି ସଂସଦରେ ମତ ରଖନ୍ତୁ ଓ ରାଫେଲ ଡିଲ୍‌ର ତଦନ୍ତ ସଂସଦର ଯୁଗ୍ମ କମିଟି ଦ୍ୱାରା କରାଯାଉ ବୋଲି ସେ ଦାବି କରିଛନ୍ତି।

ଏହି ସମୟରେ ବାଚସ୍ପତି ସୁମିତ୍ରା ମହାଜନ ଅଡିଓ କ୍ଲିପ୍ସର ସତ୍ୟାସତ୍ୟ କ’ଣ ବୋଲି ରାହୁଲଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ରାହୁଲ ଗାନ୍ଧି ଏହାର ସତ୍ୟତା ସମ୍ପର୍କରେ କିଛି କହି ନଥିଲେ।

ସେହିପରି ପାରିକର ମଧ୍ୟ ଏହା ଏକ ବିକୃତ ଅଡିଓ ଏବଂ ରାଫେଲ ଡିଲ୍‌ ସମ୍ପର୍କରେ ମୁଁ କିଛି କହିନାହିଁ ବୋଲି ଟ୍ୱିଟ ମଧ୍ୟ କରିଛନ୍ତି। ମୋଦି ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ୨୦୧୫ରେ ଡିଲ୍‌ କରିଥିଲେ। ଏହି ସମୟରେ ପାରିକର ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। କିନ୍ତୁ ସେ ୨୦୧୭ରୁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ପାରିକରଙ୍କ ପାଖରେ ରାଫେଲ ଡିଲ୍‌ ସମ୍ପର୍କିତ ସମସ୍ତ ଫାଇଲ୍‌ ଥିବାରୁ ତାଙ୍କୁ କେହି ବି ଗୋଆ ମୁଖ୍ୟମନ୍ତ୍ରୀ ପଦରୁ ହଟାଇପାରିବେ ନାହିଁ ବୋଲି ରାଜ୍ୟ କ୍ୟାବିନେଟ୍‌ର ସଦସ୍ୟଙ୍କୁ କହିଥିବା କଂଗ୍ରେସ ଅଭିଯୋଗ କରିଛି। ଏ ସଂକ୍ରାନ୍ତ ଏକ ଅଡିଓ ଟେପ୍‌ ମଧ୍ୟ କଂଗ୍ରେସ ଜାରି କରିଛି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କୁ ଜଣେ ମିଛୁଆ ବୋଲି କହି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତୀବ୍ର ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, “ ଆମେ ବିକୃତ ଭାବେ ପ୍ରସ୍ତୁତ ହୋଇଥିବା ଅଡିଓ ଟେପ୍‌କୁ ବିଶ୍ୱାସ କରିବା ଅନୁଚିତ। ରାହୁଲ ଗାନ୍ଧି ଯେଉଁ କଥା କହୁଛନ୍ତି, ତାକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି। କଂଗ୍ରେସ ଅଡିଓ ଟେପ୍‌କୁ ବିକୃତ କରିଛି ଏବଂ ରାହୁଲ ଏହାକୁ ଉପସ୍ଥାପନ କରିବାକୁ ବ୍ୟାକୁଳ ହେଉଛନ୍ତି। କିଛି ଲୋକ ସତ୍ୟକୁ ଆଦୌ ଗ୍ରହଣ କରିପାରନ୍ତି ନାହିଁ। ଭାରତୀୟ ବାୟୁସେନା କାର୍ଗିଲ ଯୁଦ୍ଧ ପରେ ରାଫେଲର ଆବଶ୍ୟକ ଅନୁଭବ କରିଥିଲା। ପୂର୍ବତନ ୟୁପିଏ ସରକାର ରାଫେଲ ଡିଲ୍‌କୁ ଚୂଡ଼ାନ୍ତ ରୂପ ଦେବାରେ ବିଫଳ ହୋଇଥିଲେ। ଦେଶର ସୁରକ୍ଷା ସହ ବୁଝାମଣା କରିଥିଲେ। କିଛି ଲୋକ ଟଙ୍କାକୁ ବୁଝନ୍ତି ହେଲେ ସେମାନେ ଯୁଦ୍ଧାସ୍ତ୍ରର ଗୁରୁତ୍ୱକୁ ବୁଝନ୍ତି ନାହିଁ।”

ଏଥିସହ ଶ୍ରୀ ଜେଟଲୀ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଏବଂ ନ୍ୟାଶନାଲ ହେରାଲ୍ଡକୁ ନେଇ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଜେଟଲୀଙ୍କ ଏହି ବୟାନ ପରେ ଗୃହରେ ହୋ ହଲ୍ଲା ହେବାରୁ ବାଚସ୍ପିତି ସୁମିତ୍ରା ମହାଜନ ଗୃହକୁ ଦିନ ୩.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ।

ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଶ୍ରୀ ଜେଟଲୀ ପୁଣି ନିଜର ମତ ରଖିଥିଲେ। ସେ କହିଥିଲେ ଭାରତୀୟ ବାୟୁସେନା ୨୦୦୧ରୁ ରାଫେଲ ଯୁଦ୍ଧ ବିମାନ ଚାହୁଁଛି। ଏନ୍‌ଡିଏ ସରକାର ୭୪ଟି ବୈଠକ ପରେ ରାଫେଲ ଯୁଦ୍ଧ ଡିଲ୍‌ ନିଷ୍ପତ୍ତି ନେଇଥିଲେ। ବିରୋଧୀ କେବଳ ଅମୂଳକ କଥା କହୁଛନ୍ତି। ରାଫେଲ ହେଉଛି ଏକ ଇଣ୍ଟରଗର୍ଭର୍ଣ୍ଣମେଣ୍ଟାଲ ଡିଲ୍‌। ସୁପ୍ରିମକୋର୍ଟଙ୍କ ରାୟକୁ କେହି ଚ୍ୟାଲେଞ୍ଜ କରିବା ଉଚିତ ନୁହେଁ। ସୁରକ୍ଷା ଦୃଷ୍ଟିରୁ ଏୟାରକାର୍ଫଟର ବେସିକ୍‌ ଦର ହିଁ କୁହାଯାଉଛି। ୟୁପିଏ ଯେତିକି ଟଙ୍କାରେ ଡିଲ୍‌ କରିଥିଲା ଏନ୍‌ଡିଏ ତା’ଠାରୁ ୯% ଶସ୍ତାରେ ଡିଲ୍‌ କରିଛି। ବିରୋଧୀ ଅଫଶେଟ୍‌ କ୍ଲଜକୁ ଭଲ ଭାବେ ବୁଝିନାହାନ୍ତି। ଡାସଲଟ୍‌ ହିଁ ତା’ର ପାର୍ଟନର ଚୟନ କରିଛି। ସୁପ୍ରିମକୋର୍ଟ ଡିଲ୍‌ରେ ସନ୍ତୁଷ୍ଟ କିନ୍ତୁ କଂଗ୍ରେସ ଏଯାଏ ସନ୍ତୁଷ୍ଟ ହୋଇପାରୁନାହିଁ। ସୁପ୍ରିମକୋର୍ଟ ସବୁ ପ୍ରସଙ୍ଗ ତର୍ଜମା କରିଥିବାରୁ ଜେପିସି ତଦନ୍ତ ଆବଶ୍ୟକ ନାହିଁ ବୋଲି ଜେଟଲୀ କହିଛନ୍ତି।



from Odisha Reporter http://bit.ly/2F3D6DW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages