କାହା ସ୍ୱାର୍ଥରେ ଚାଲିଛି ରାତ୍ର ଆଶ୍ରୟସ୍ଥଳୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

କାହା ସ୍ୱାର୍ଥରେ ଚାଲିଛି ରାତ୍ର ଆଶ୍ରୟସ୍ଥଳୀ ?

bhubaneswar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଦାଉରୁ ରକ୍ଷା ପାଇଁ ସ୍ମାର୍ଟ ସିଟିରେ ଖୋଲା ଯାଇଛି ରାତ୍ର ଆଶ୍ରୟସ୍ଥଳୀ।  ହେଲେ ସଚେତନତାର ଅଭାବ ହେଉ କି ପ୍ରଶାସନିକ ଅବହେଳା ଯୋଗୁ ଏହା ନିରାଶ୍ରୟ ଲୋକଙ୍କ କାମରେ ଲାଗୁନି। ପୂର୍ବ ଭଳି ଖୋଲା ଆକାଶ ତଳେ ଶୀତ କାକରରେ ରାତି କାଟୁଛନ୍ତି ଲୋକେ। ହାଡ଼ଭଙ୍ଗା ଶୀତରେ ରାଜଧାନୀରେ ନିରାଶ୍ରୟ ଲୋକେ କେମିତି ରାତି କଟାଉଛନ୍ତି ଆଖିରେ ଦେଖିଲେ ଆପଣଙ୍କ ମନକୁ ଆସିବ କେବଳ ଗୋଟିଏ ପ୍ରଶ୍ନ, ‘ସରକାରଙ୍କ ଏ ରାତ୍ର ଆଶ୍ରୟସ୍ଥଳୀ’ କାହା ପାଇଁ ?

bhubaneswarହାଡ଼ଭଙ୍ଗା ଶୀତରେ ଜଡ଼ସଡ଼ ଜୀବନ। ଏପଟେ ଖୋଲା ଆକାଶ ତଳେ କଟୁଛି ରାତି। ହେଲେ ରାଜଧାନୀର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ଏହି ରାତ୍ର ଆଶ୍ରୟସ୍ଥଳୀରେ ଝୁଲୁଛି ତାଲା। କିଏ ବାରଣ୍ଡାରେ ବସି ରାତି କାଟୁଛି ତ ଆଉ କିଏ ଖୋଲା ଆକାଶ ତଳେ ଶୋଇଛି।

bhubaneswarଅନ୍ୟପଟେ ଆଶ୍ରୟସ୍ଥଳୀରେ ଆଉ ସ୍ଥାନ ନଥିବା କହି କର୍ମଚାରୀ ସଫେଇ ଦେଉଛନ୍ତି। ଫଳରେ ନିରାଶ ହୋଇ ଅନେକ ଯାତ୍ରୀ ବାହାରେ ଛିଡ଼ା ହୋଇ ରହିଥିଲେ। ଏପରିକି ରାତ୍ରି ଯାପନ ଲାଗି କର୍ମଚାରୀ ଜଣକ ୪ ଶହ ଟଙ୍କା ଦାବି କରୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

କେବଳ ବରମୁଣ୍ଡା ନୁହେଁ, ରେଳ ଷ୍ଟେସନରେ ସମାନ ଅବସ୍ଥା।  କିଏ ପାହାଚରେ ଶୋଇଛି ତ ଆଉ କିଏ ବସି ରାତି ବିତାଉଛି। ତେବେ ପାଖରେ ରାତ୍ର ଆଶ୍ରୟସ୍ଥଳୀ ଥିଲେ ବି ଲୋକେ ଖୋଲା ଆକାଶ ତଳେ ଶୋଉଛନ୍ତି।

bhubaneswarରାଜଧାନୀରେ ୭ଟି ରାତ୍ର ଆଶ୍ରୟସ୍ଥଳୀ ଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। ହେଲେ ଏ ଦୁଇଟି ଆଶ୍ରୟସ୍ଥଳକୁ ଦେଖିଲେ, ବାକି ୫ଟି କେମିତି ଚାଲିଥିବ ? ଲୋକେ ରାତିରେ ମୁଣ୍ଡ ଗୁଞ୍ଜିବାକୁ ଏଠାରେ ଟିକେ ସ୍ଥାନ ପାଉଥିବେ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ।



from Odisha Reporter http://bit.ly/2AkX9L9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages