କାନ ମୋଡ଼ି ଆଉଁଷି ହଉଛି, ଆଉ କଫି ପିଇବିନି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

କାନ ମୋଡ଼ି ଆଉଁଷି ହଉଛି, ଆଉ କଫି ପିଇବିନି!

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ୧୯୭୧ ମସିହାରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ବନ୍‌ ଫୁଲ୍‌’। ଫିଲ୍ମର ଏକ ଗୀତ ଥିଲା ‘ଆହେଁ ନା ଭର ଥଣ୍ଡେ ଥଣ୍ଡେ, ଖତ୍‌ରେ କି ହୈ ୟେ ଥଣ୍ଡି ଥଣ୍ଡି ଗରମ୍‌ ଚାଏ’। ଏମିତି କିଛି ପରିସ୍ଥିତି ଏବେ କ୍ରିକେଟର୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କର ହୋଇଯାଇଛି।

ଚା’ ତ ନୁହେଁ, ପାଣ୍ଡ୍ୟାଙ୍କ ପାଇଁ ଖତ୍‌ରନାକ୍ ହେଇଯାଇଛି କଫି। ନାଁ ଧଇଲେ ଡରୁଛନ୍ତି ବାବୁ। ‘କଫି ୱିଥ୍‌ କରନ୍‌’ରୁ ଫେରିବା ପରେ ସେ ଏବେ କଫି ପିଇବାକୁ ବି ଭୟ କରୁଛନ୍ତି ବୋଲି ଗତକାଲି ବାଣୀବିହାର ଛକ ଖଟିରେ ଚର୍ଚ୍ଚା ହେଉଥିଲା। ଆଲୋଚନାର ବିଷୟ ଥିଲେ ‘ପାଣ୍ଡ୍ୟା’। ବାଣୀବିହାର ଛକ ପାଖ କ୍ୟାବିନ୍‌ରେ ଚା’ ପିଉଥିବା ଗୋଟିଏ ଗୋଷ୍ଠୀ ଚଳାଇଥିଲେ ହସଖୁସି। ତନ୍ମଧ୍ୟରୁ ଜଣେ ଚା’ ବାଲା ମଉସାଙ୍କୁ କପେ କଫି ମାଗିଲେ। ଆରମ୍ଭ ହେଲା ଇଲେଇତି।

ନଟବର ହେଉଛି ପୁରୀ ବାସେଳୀ ସାହି ପିଲା। ଏଥର ସାମ୍ବାଦିକତାରେ ପିଜି କରୁଛି। ଟୋକାର ସବୁଥିରେ ମଉଜ। କଥା କଥାକେ ବୋଲି। ନଟବର ବାବୁଙ୍କ ସାଥୀ ଚନ୍ଦନ କପେ କଫି ମାଗିବାରୁ ଆରମ୍ଭ ହେଲା ହାସ୍ୟରୋଳ।

ନଟବର କହିଲା: ହାଁ..ପୁଅ କଫି ପିଇବ ! ଚନ୍ଦୁ ଆମର କଫି ପିଇବ ରେ, ହରିବୋଲ ପକା…।

ସମସ୍ତେ ହସିଲେ।

ନଟବର କହିଲେ, “ହାଉଲେ ପିଇବୁ ଟି, ନ ହେଲେ ଓଲମ ବିଲମ ହେଲେ ତୋ ମୁହଁରୁ ତୋ ସତ ଯଦି ଖସି ପଡ଼ିବ, କଥା ଶେଷ୍‌। ମାଲ୍‌ ମହୁ, ଜୀବନ ମାଟି। ବାପରେ ସେ କଥା ପାଟିରୁ ବାହାରିଲେ ବାମ୍ପ ନବୁ। ”

ଚନ୍ଦନ ବୁଝିଗଲେ। ମୁରୁକେଇ ହସିଲେ।

କଫି ପିଉପିଉ କହିଲେ, “ଆମେ ସିନା ଏଠି ଏତେ ଆନନ୍ଦରେ କଫି ପିଉଛୁ ଏବେ କିନ୍ତୁ ପାଣ୍ଡ୍ୟା କଫି ଦେଖିଲେ ଡରୁଥିବ। ଆଉ ସେପଟେ ବିଚରା ରାହୁଲ୍‌ ବାପା ହାତରୁ ମାଡ଼ ଖାଇଥିବ। ସବୁ ସଙ୍ଗତ କା ଅସର୍‌ ଭାଇ। ଏମାନଙ୍କ ଭିତରେ ପକ୍କା ୟାରୀ ପା, ଡୁବେଙ୍ଗେ ତୋ ଭାଇ ଏକ୍‌ ସାଥ୍‌। ଏଥର ନାମ ନଉଥା। କ’ଣ ଦରକାର ଥିଲା ଏତେ ଥଣ୍ଡାରେ କୁଲ୍‌ ଦେଖେଇ ହେବାର, ଏବେ ଘରେ ବସ କମ୍ବଳ ଘୋଡ଼ିହେଇ।”

ସେପଟେ ଆଉ କିଛି ଲୋକ ବାହାରିଲେ, ପାଣ୍ଡ୍ୟା ବାବାଙ୍କ କଳା ଇମେଜ୍‌ରେ ରଙ୍ଗ ମାରିବା ପାଇଁ। କିଛି ଲୋକ କହିଲେ ହଁ ଏଥିରେ କ’ଣ ଅଛି। ସେମାନେ ଭୁଲ୍‌ କଲେ ମାନୁଛୁ। କିନ୍ତୁ ସେମାନଙ୍କୁ ନେଇ ଏତେ ଚର୍ଚ୍ଚା କ’ଣ ପାଇଁ। ଏମାନଙ୍କ ବିଷୟରେ ଖରାପ ଭଲ କହୁଥିବା ଦର୍ଶକ ସେତେବେଳେ ବସିକି ତାଳି ମାରୁଥିଲେ ଯେତେବେଳେ ସଞ୍ଜୟ ଦତ୍ତ ୩୦୮ଗର୍ଲଫ୍ରେଣ୍ଡ ରଖି କ୍ରେଡିଟ୍‌ ନେଉଥିଲା। ସେତେବେଳେ ତ ବେଶ୍‌ ମଜା ଲାଗୁଥିଲା।

ଏବେ ଆଉ କିଛି ଲୋକ ବାହାରିଲେ ଉଭୟଙ୍କୁ ସପୋର୍ଟ କରି। କହିଲେ, ଭାଇ ସେଇଟା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଥିଲା। ସେଥିରେ ତାଙ୍କ ଜୀବନୀ ବର୍ଣ୍ଣନା ହେଉଥିଲା। ତା ଜୀବନରେ ସେ କ’ଣ କରିଛି ସେସବୁ ସେ ତା ବାୟୋପିକ୍‌ରେ କହିବନି ତ ଆଉ କେଉଁଠି କହିବ? କିନ୍ତୁ କ୍ରିକେଟର୍‌ମାନଙ୍କର କିଛି କାଇଦା କାନୁନ୍‌ ଥାଏ। କୌଣସି ସାକ୍ଷାତକାର ପାଇଁ ଯିବା ପୂର୍ବରୁ ସେମାନଙ୍କୁ BCCIଠୁ ଅନୁମତି ନେବାକୁ ହୁଏ। ଏବଂ କେଉଁକଥା କେତେଦୂର କହିପାରିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବାକୁ ପଡ଼େ।

ଏସବୁ କଥା ମଧ୍ୟରେ କିଛି ଲୋକ କରନ୍‌ ଜୋହର୍‌ଙ୍କୁ ମଧ୍ୟ ଛାଡ଼ିଲେନି। ଏଠି ଅତିଥି ଡାକି ଦାନା ପାଣି ବନ୍ଦ କରିବା କାମ କରନ୍‌ ଜୋହର କରିଛି ବୋଲି କିଛି ଲୋକ କହିଲେ। ଆଉ ଏକଥା କହିବା ମାତ୍ରେ ଉପସ୍ଥିତ ଲୋକ ଠୋ ଠୋ ହୋଇ ହସିବା ଆରମ୍ଭ କଲେ।

ଏଥର ନଟବର ଅସମ୍ଭାଳ। କହିଲା- ପାଣ୍ଡିଆ ଯାହା କଲା ଆମର ଢୋ…. ହେଲେ ଚନ୍ଦୁ ତୋ କଥା ମୁଁ ଜାଣିଛି। କଥା ଅଲଗା ଆଡ଼େ ବାଟୋଉଥିବା ଦେଖି ଚନ୍ଦୁ କହିଲେ “ନଟୁ ମୋ ସାଙ୍ଗେ ଲାଗେନା ଏଣିକି ତୋତେ ସପ୍ତାହକ ପାଇଁ ମୋ ତରଫରୁ କଫି ପିଆଇବି ହେଲେ କାନ ମୋଡ଼ି ଆଉଁଷି ହଉଛି, ଆଉ କଫି ପିଇବିନି।

ସମସ୍ତେ ହସିଲେ, ଆଉ ଖଟି ସରିଗଲା।



from Odisha Reporter http://bit.ly/2Fsv098

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages