କଳଙ୍କ ମୁଣ୍ଡାଇଲା କୁଆଁରୀ କନ୍ୟା, ହଷ୍ଟେଲ ଶୌଚାଳୟରେ ପ୍ରସବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

କଳଙ୍କ ମୁଣ୍ଡାଇଲା କୁଆଁରୀ କନ୍ୟା, ହଷ୍ଟେଲ ଶୌଚାଳୟରେ ପ୍ରସବ!

ବାଲିଗୁଡ଼ା (ଅଜିତ କୁମାର ନାୟକ): ଆସିବାସୀ ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତ୍ୟେକ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି। ଏହା ସତ୍ତ୍ୱେ ଜଣେ ଅନ୍ତେବାସୀ ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ସେ ୯ ମାସ ୧୦ ଦିନ ନିଜ ପିଲାକୁ ପେଟରେ ଧାରଣ କରିଥିଲେ। ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଡାକ୍ତର ଓ ନର୍ସ କୁଆଡ଼େ କିଛି ଜାଣିପାରି ନଥିଲେ। ଆଜି ଏମିତି ପରମ ଲଜ୍ଜାଜନକ ଘଟଣା ଘଟିଛି ବାଲିଗୁଡ଼ା ଅଞ୍ଚଳରେ। ଗର୍ଭ ଯନ୍ତ୍ରଣା ପାଉଥିବା ଛାତ୍ରୀ ଜଣକ ଆଜି ଭୋର ସମୟରେ ଶୌଚାଳୟରେ କନ୍ୟା ସନ୍ତାନ ଜନ୍ମ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ପୃକ୍ତ ଝିଅ ଏକ ସରକାରୀ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ଘରଠାରୁ ସ୍କୁଲ ଦୂର ହୋଇଥିବାରୁ ଆଦିବାସୀ ହଷ୍ଟେଲ୍‌ରେ ରୁହନ୍ତି। ୮ ମାସ ତଳେ ସ୍କୁଲ ଛୁଟି ହୋଇଥିବାରୁ ଝିଅଟି ଘରକୁ ଯାଇଥିଲା। ଗାଁ ନିକଟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା। ଲୋକ ଲଜ୍ଜା ଭୟରେ ଝିଅଟି ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲା। ଫଳର ଝିଅଟି ଗର୍ଭବତୀ ହୋଇଥିଲା।

ଆଜି ଭୋର ସମୟରେ ଝିଅଟି ଶୌଚାଳୟକୁ ଯାଇଥିଲା। ଏହି ସମୟରେ ସେ ଏକ ଶିଶୁକନ୍ୟା ପ୍ରସବ କରିଥିଲା। ସ୍କୁଲ କର୍ତ୍ତୃପକ୍ଷ ଏହି ଖବର ଜାଣିବା ପରେ ଘଟଣାକୁ ପ୍ରଥମେ ଚାପି ରଖିବାକୁ ଚେଷ୍ଟା କରିଥିଲେ। ମାତ୍ର ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଲୁଚାଇ ଏକ ଅଟୋରେ ମାଆ ଓ ଶିଶୁକୁ ବାଲିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ହଷ୍ଟେଲ୍‌ରେ ପ୍ରସବ ନେଇ ଖବର ପ୍ରଚାରିତ ହେବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ କ୍ୱାର୍ଟର୍ସ ଘେରାଉ କରିଥିଲେ। ପରେ ଟାୟାର ଜାଳି ଏନ୍ଏଚ୍ ୫୯ ଅବରୋଧ କରିଥିଲେ। ଫଳରେ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର, ବାଲିଗୁଡ଼ା ଓ ସୋରଡ଼ାକୁ ଯାତାୟତ ବନ୍ଦ ରହିଥିଲା।

ଦାରିଙ୍ଗବାଡ଼ି ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ବୟାନ ଆଧାରରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରୁଛି। ଏବେ ପରିସ୍ଥିତି ସ୍ୱଭାବିକ ରହିଛି।

ଏପରି ସମ୍ୱେଦନଶୀଳ ଘଟଣାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରିଛନ୍ତି। ଜଣେ ଏଏନ୍ଏମ୍, ୨ ଜଣ ମାଟ୍ରନ ଓ ୨ କୁକ୍‌ କମ୍‌ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ।

ତେବେ ଘଟଣା ପଛରେ ଚରମ ଅବହେଳା ଆଉ ଷଡ଼ଯନ୍ତ୍ରର ଗନ୍ଧ ସାମ୍ନାକୁ ଆସିଛି। କାରଣ ହଷ୍ଟେଲରେ ଅନ୍ତେବାସୀଙ୍କ ଦେଖାରେଖା ପାଇଁ ୩ ଜଣ ମହିଳା ସୁପରିଣ୍ଟେଣ୍ଡେଣ୍ଟ ଓ ୨ ଜଣ ମ୍ୟାଟ୍ରନଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ସଂପୃକ୍ତ ଛାତ୍ରୀ ଜଣକ ଗର୍ଭବତୀ ହେବା ସମ୍ପର୍କରେ ଏମାନେ ଜାଣିଥିଲେ ନା ଜାଣିଶୁଣି ଘଟଣାକୁ ଚାପି ରଖିଥିଲେ ? ନିୟମିତ ବ୍ୟବଧାନରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ୱରେ ଥିବା ଏଏନ୍ଏମ୍ କେମିତି ଏକଥା ଜାଣିପାରିଲେ ନାହିଁ ? ଆଜିକୁ ୮ରୁ ୯ ମାସ ଧରି କାହିଁକି ସଂପୃକ୍ତ ଛାତ୍ରୀଙ୍କୁ ଏଭଳି ଅବସ୍ଥାରେ ହଷ୍ଟେଲ ଭିତରେ ଲୁଚାଇ ରଖିଥିଲେ କର୍ତ୍ତୃପକ୍ଷ ? ଛାତ୍ରୀଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିଲା କି ? ଏବେ ଏମିତି କିଛି ପ୍ରଶ୍ନ ହାଇସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଆଡକୁ ଇଙ୍ଗିତ କରୁଛି।



from Odisha Reporter http://bit.ly/2SOw228

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages