ସେବାଶ୍ରମ ଛାତ୍ରୀଙ୍କ ପ୍ରସବ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ସେବାଶ୍ରମ ଛାତ୍ରୀଙ୍କ ପ୍ରସବ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନ୍ଧମାଳରେ ସେବାଶ୍ରମ ସ୍କୁଲ ଛାତ୍ରୀ ପ୍ରସବ ଘଟଣାରେ ପ୍ରଦେଶ କଂଗ୍ରେସ ଆଜି ବିଭାଗୀୟ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବି କରିଛି। ପିସିସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଓ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଏ ରାଜ୍ୟ ସରକାର ସମୟରେ ଆଦିବାସୀ ଓ ହରିଜନ ଏବଂ ବିଭିନ୍ନ ବର୍ଗର ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିଚାଲିଛି କିନ୍ତୁ ମୁଖ୍ୟମନ୍ତ୍ରୀ ନିରବରେ ବସି ରହିଛନ୍ତି। ପ୍ରଦେଶ କଂଗ୍ରେସ ଏ ଅପାରଗ ସ୍ଥାଣୁ ସରକାରଙ୍କ ପାଖରୁ କୈଫିୟତ ମାଗୁଛି। ତେଣୁ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଏ ଦାୟତ୍ୱରେ ଶୀଘ୍ର ଖସିପାରିବେ ନାହିଁ ଏବଂ ସେ ଶୀଘ୍ର ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରୁଛି।

କିଛିଦିନ ତଳେ ଢ଼େଙ୍କାନାଳ ଜିଲାର ବେଲଟିକିରି ଘଟଣା ମନରୁ ନ ଲିଭିବା ପୂର୍ବରୁ ଆଉ ଏକ ଲୋମଟାଙ୍କୁରା ଘଟଣା ପୁଣି ଘଟିଗଲା। କନ୍ଧମାଳର ଦାରିଙ୍ଗବାଡ଼ିରେ ଏକ କନ୍ୟାଶ୍ରମ ସ୍କୁଲରେ ଏକ ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ଦୀର୍ଘ ଦିନ ଧରି ସେଠାରେ ଯୌନ ନିର୍ଯାତନା ଦିଆଯାଉଥିଲା। ଫଳରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ ଏବଂ ଗତକାଲି କନ୍ୟାଶ୍ରମର ଗାଧୁଆ ଘରେ ଏକ ପିଲା ଜନ୍ମ କରିଛନ୍ତି। ଏ ଘଟଣାର ସେବାଶ୍ରମର ପରିଚାଳକ ଶିକ୍ଷକ, ଶିକ୍ଷୟିତ୍ରୀ କିଭଳି ଭାବରେ ସବୁ ଜାଣି ଦୀର୍ଘ ୮ମାସ ହେଲା ଚୁପ ରହିଥିଲେ ଏବଂ ଦୋଷୀକୁ ଦଣ୍ଡଦେବା ପରିବର୍ତ୍ତେ ତାକୁ କାହିଁକି ଘୋଡ଼ାଇ ରଖିଥିଲେ ବୋଲି ଶ୍ରୀମତୀ ଜେନା ପ୍ରଶ୍ନ କରିଛନ୍ତି।

ଖାଲି ସେତିକି ନୁହେଁ ସରକାରଙ୍କ ନିୟମ ଅନୁଯାୟୀ ସରକାରୀ ଡାକ୍ତର କନ୍ୟାଶ୍ରମ ମାନଙ୍କୁ ବିଭିନ୍ନ ସମୟରେ ଯାଇ କନ୍ୟାଶ୍ରମରେ ରହୁଥିବା ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ନିରୀକ୍ଷଣ କରିବା କଥା। ଯଦି ଡାକ୍ତର ସେ ବିଦ୍ୟାଳୟକୁ ଯାଇଥିଲେ ତାହାଲେ ସେହି ଛାତ୍ରୀଜଣଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ କି? ଏକ ନାବାଳିକା ଛାତ୍ରୀ କନ୍ୟାଶ୍ରମରେ ରହି ପାଠ ପଢ଼ୁଥିଲାବେଳେ କିଭଳି ଗର୍ଭଧାରଣ କଲେ ଏହାର ତଥ୍ୟ ତାଙ୍କ ପାଖରେ ଥିଲାକି? ଯଦି ଥିଲା, ତା’ହେଲେ ସେ ଜିଲ୍ଲାପାଳଙ୍କୁ ଓ ସିଡିଏମଙ୍କୁ ଜଣାଇଥିଲେ କି? ଏ ସବୁ ତଥ୍ୟକୁ କିଭଳି ଏତେଦିନ କାଳ କାହା ପ୍ରରୋଚନାରେ ଲୁଚାଇ ରଖି ଗରିବ ଅବହେଳିତ ଝିଅଟିକୁ ବିପଦ ମୁହଁକୁ ଠେଲିଦିଆଗଲା?

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter http://bit.ly/2AHNC10

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages