ଚିଦାମ୍ବରମଙ୍କୁ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛି ଇଡି ଓ ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ଚିଦାମ୍ବରମଙ୍କୁ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛି ଇଡି ଓ ସିବିଆଇ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ କେଳେଙ୍କାରୀରେ ଫସିଥିବା କଂଗ୍ରେସ ନେତା ତଥା ପୂର୍ବତନ ଚିଦାମ୍ବରମ୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କୁ ଏହି ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିଜ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛନ୍ତି। ଏନେଇ ଆଜି ଦୁଇ ସଂସ୍ଥା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆଇଏନ୍‌ଏକ୍ସ ମିଡିଆ ଘଟଣାରେ ରୁଜୁ ହୋଇଥିବା ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଆଗୁଆ ଜାମିନ ପାଇଁ ଚିଦାମ୍ବରମ୍‌ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍‌ ସୁନୀଲ ଗୌରଙ୍କ ଆଗରେ ସିବିଆଇ ଓ ଇଡି ଚିଦାମ୍ବରମ୍‌ଙ୍କୁ ନିଜ ହେପାଜତକୁ ନେବାକୁ ଚାହୁଁଥିବା ଜଣାଇଛି।

ତେବେ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ସିବିଆଇ କିମ୍ବା ଇଡି ଚିଦାମ୍ବରମଙ୍କୁ ଗିରଫ କରିପାରିବେ ନାହିଁ ବୋଲି କହିଛନ୍ତି।

ଇଡି ଓ ସିବିଆଇ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇ କହିଥିଲେ ଯେ “ ଜେରା ସମୟରେ ଚିଦାମ୍ବରମ୍‌ ସହଯୋଗ କରୁନାହାନ୍ତି ଏବଂ ପ୍ରଶ୍ନର ଇଆଡ଼ୁସିଆଡ଼ୁ ଜବାବ ଦେଉଛନ୍ତି। ଏହି ଘଟଣାରେ ଚିଦାମ୍ବରମ୍‌ ନିଜ ପାଖରେ ରଖିଥିବା ତଥ୍ୟକୁ ସାର୍ବଜନୀନ କରୁନାହାନ୍ତି। ତେଣୁ ତଦନ୍ତକାରୀ ସଂସ୍ଥା ତାଙ୍କୁ ନିଜ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛି।”



from Odisha Reporter http://bit.ly/2sMsr9G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages