ଜାତୀୟ ପଦକ ପାଇବେ ସିବିଆଇର ଦୁଇ ଓଡ଼ିଆ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ଜାତୀୟ ପଦକ ପାଇବେ ସିବିଆଇର ଦୁଇ ଓଡ଼ିଆ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ସିବିଆଇ (ଆର୍ଥିକ ଅପରାଧ – ଠ୧୧) ଭୁବନେଶ୍ୱର ଶାଖାର ଏସପି ଶ୍ରୀ ଜୟନାରାୟଣ ରଣା ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟରେ ଆର୍ଥିକ ଅପରାଧ ଶାଖା – ଠ୧୧ ରେ ଅବସ୍ଥାପିତ ଶ୍ରୀ ରଣା ଏବେ ସୁପିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅତି ଗୁରୁତ୍ୱପୂର୍ଣ୍ଣ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସମ୍ଭାଳିଛନ୍ତି।

୧୯୮୩ ମସିହାରେ ସିବିଆଇରେ ଯୋଗ ଦେଇଥିବା ଶ୍ରୀ ରଣା ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରୁ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ଅନେକ ଦୁର୍ନୀତି ବିରୋଧୀ ଏବଂ ଆର୍ଥିକ ତଥା ଅପରାଧିକ ମାମଲାର ତଦନ୍ତ କରିଛନ୍ତି। ଭୁବନେଶ୍ୱର ସିବିଆଇ ଅଫିସରେ ଯୋଗଦେବା ପୂର୍ବରୁ ସେ ଭୋପାଳସ୍ଥିତ ସିବିଆଇ କାର୍ଯ୍ୟାଳୟରେ ବ୍ୟାପମ ସ୍କାମର ତଦନ୍ତ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଶ୍ରୀ ରଣା ଉତ୍କୃଷ୍ଟ ପୁଲିସ ସେବା ପାଇଁ ୨୦୦୫ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ପୁଲିସ ମେଡାଲ ପଦକ ପାଇଥିଲେ। ସ୍ୱର୍ଗୀୟ କାଶୀନାଥ ରଣା ଏବଂ ମାତା ଶ୍ରୀମତୀ ରାହସମଣି ରଣାଙ୍କ ସୁପୁତ୍ର ଜୟନାରାୟଣ ରଣାଙ୍କ ଘର ବାଲେଶ୍ୱର ଜିଲ୍ଲା ସିଙ୍ଗାରପୁର ଗ୍ରାମରେ।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସିବିଆଇ ଆର୍ଥିକ ଅପରାଧ – ଠ୧୧ ଶାଖା, ଭୁବନେଶ୍ୱରର ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ସାମଲଙ୍କୁ ଭାରତୀୟ ପୁଲିସ ମେଡାଲ ମିଳିଛି। ୧୯୯୫ ମସିହାରୁ ସେ ସିବିଆଇରେ କାର୍ଯ୍ୟରତ। ସିବିଆଇର ଜଣେ କର୍ମଠ ଓ ସତ୍ୟନିଷ୍ଠ ଅଧିକାରୀ ଭାବେ ପରିଚିତ ଶ୍ରୀ ସାମଲଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ମଣ୍ଡାପଡା଼ ଗ୍ରାମରେ। ପଟ୍ଟାମୁଣ୍ଡାଇ ବାଲିପାଟଣା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବନମାଳୀ ସାମଲଙ୍କ ସେ ହେଉଛନ୍ତି ତୃତୀୟ ପୁତ୍ର ।



from Odisha Reporter http://bit.ly/2HurEEc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages