
ମୁମ୍ବାଇ: ଅପ୍କମିଂ ବଲିଉଡ୍ ମୁଭି ‘ଠାକ୍ରେ’ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ କ୍ୟାରିୟର୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ବୋଲି କୁହାଯାଉଛି। ଏଥିରେ ସେ ଫିଲ୍ମ୍ର ଟାଇଟଲ୍ ଅର୍ଥାତ୍ ଶିବସେନାର ପ୍ରତିଷ୍ଠାତା ତଥା ମହାରାଷ୍ଟ୍ରର ପ୍ରବାଦ ପୁରୁଷ ବାଲ୍ ଠାକ୍ରେଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।
ଫିଲ୍ମର ପୋଷ୍ଟର୍ ଓ ଟ୍ରେଲର୍ରେ ନୱାଜ୍ଙ୍କ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ ଅବିକଳ ବାଲ୍ ଠାକ୍ରେଙ୍କ ପରି ହିଁ ଦେଖାଯାଉଥିବା ଚର୍ଚ୍ଚା ହେଉଛି। ତାଙ୍କର ଷ୍ଟାଇଲ୍, ଲୁକ୍, ଏକ୍ସପ୍ରେସନ୍ ଓ କଥା କହିବାର ଅନ୍ଦାଜ୍, ସବୁ କିଛି ବାଲା ସାହେବ୍ଙ୍କ ପରି ହିଁ ଲାଗୁଛି। ହେଲେ ଆପଣ ଜାଣନ୍ତି, ନୱାଜ୍ଙ୍କୁ ଠାକ୍ରେଙ୍କ ଲୁକ୍ରେ ଆସିବା ପାଇଁ କେତେ ପରିଶ୍ରମ କରିବାକୁ ପଡ଼ିଛି। ଏଥିପାଇଁ ତାଙ୍କର ପ୍ରସ୍ଥେଟିକ୍ ମେକ୍ଅପ୍ କରାଯାଇଛି। ଯାହାକୁ ବଲିଉଡ୍ର ନାମୀ ପ୍ରସ୍ଥେଟିକ୍ ମେକ୍ଅପ୍ ଆର୍ଟିଷ୍ଟ୍ ପ୍ରୀତି ଶୀଲା ସିଂହ କରିଛନ୍ତି।
ThackerayTheFilm
Official Poster#BalThackeray #Biopic #ThackerayTheFilm pic.twitter.com/AwZZU8SIMA— Thackeray The Film (@ThackerayFilm) December 21, 2017
ନୱାଜୁଦ୍ଦିନ୍ଙ୍କ ଚେହେରାକୁ ବାଲ ଠାକରେଙ୍କ ପରି ଦେଖାଇବା ପାଇଁ ପ୍ରୀତିଙ୍କୁ ଦେଢ଼ ଘଣ୍ଟା ସମୟ ଲାଗିଥିଲା। ନୱାଜ୍ଙ୍କ ଲୁକ୍ ବଦଳାଇବା ପାଇଁ ସିଲିକନ୍, ଲିକ୍ୱିଡ୍ ଲ୍ୟାଟେକ୍ସ ଓ ସ୍ପିରିଟ୍ ଗମ୍ ଆଦିର ବ୍ୟବହାର କରାଯାଇଥିଲା। ପ୍ରୀତିଙ୍କ ପାଇଁ ନୱାଜ୍ଙ୍କ ଚେହେରା ବାରମ୍ବାର ବଦଳାଇବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ଫିଲ୍ମରେ ବାଲା ସାହେବ୍ଙ୍କ ଯୁବାବସ୍ଥାରୁ ବାର୍ଦ୍ଧକ୍ୟ ଯାଏ, ସମସ୍ତ ଲୁକ୍କୁ ନିଖୁଣ ଭାବେ ଦେଖାଇବାର ଥିଲା। ଏଥିରେ ଠାକ୍ରେଙ୍କର ୪୦, ୫୦, ୬୦ ଓ ୭୦ ଦଶକର ଲୁକ୍ ସବୁକୁ ଦେଖାଯାଇଛି। ତେବେ ପ୍ରସ୍ଥେଟିକ୍ ମେକ ଅପ୍ ସହ ନୱାଜ୍ ଫିଲ୍ମ୍ରେ ଠାକ୍ରେଙ୍କ ପରି ଗେରୁଆ ରଙ୍ଗର ଚାଦର ପକାଇ ବେକରେ ରୁଦ୍ରାକ୍ଷ ମାଳ ମଧ୍ୟ ପିନ୍ଧିଛନ୍ତି।
A glimpse of what happened at the launch of this magnificent trailer. Missed watching the #Thackeray trailer? Watch it now: https://t.co/fVgJzecEXK
Have a look here: https://t.co/sTF4ptxBXK#ThackerayTheFilm pic.twitter.com/vF0WH7wkVD— Thackeray The Film (@ThackerayFilm) December 27, 2018
ନୱାଜ୍ଙ୍କ ବ୍ୟତୀତ ଏହି ଫିଲ୍ମରେ ବାଲ୍ ଠାକ୍ରେଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅମୃତା ରାଓଙ୍କ ଲୁକ୍ ପାଇଁ ମଧ୍ୟ ପ୍ରସ୍ଥେଟିକ୍ ମେକ୍ଅପ୍ ଦିଆଯାଇଛି। ଆପଣ ଜାଣନ୍ତି, ମେକ୍ଅପ୍ରେ ଯେତେବେଳେ ଠାକ୍ରେଙ୍କ ପରିବାର ନୱାଜୁଦ୍ଦିନ୍ଙ୍କୁ ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ନୱାଜୁଦ୍ଦିନ୍ ଅବିକଳ ବାଲ୍ ଠାକ୍ରେଙ୍କ ପରି ଲାଗୁଥିଲେ। ଏଥିପାଇଁ ସମସ୍ତେ ମେକ୍ଅପ୍ ଆର୍ଟିଷ୍ଟ ପ୍ରୀତିଙ୍କର ଖୋଲା ପ୍ରଶଂସା କରିଥିଲେ।
.@Nawazuddin_S as Shiv Sena supremo Bal Thackeray leaves a solid impact – @filmibeat
Watch #Thackeray trailer here: https://t.co/fVgJzecEXK#ThackerayTheFilm pic.twitter.com/OYykBBPUaK— Thackeray The Film (@ThackerayFilm) January 3, 2019
ଠାକ୍ରେଙ୍କ ରୋଲ୍ ପାଇଁ ଫିଲ୍ମ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ନୱାଜୁଦ୍ଦିନ୍ ସିଦ୍ଦିକି। ଏହା ପ୍ରଥମଥର ନୁହେଁ, ଯେବେ ଫିଲ୍ମ ପାଇଁ ନୱାଜ୍ଙ୍କୁ ତାଙ୍କ ଲୁକ୍ ବଦଳାଇବାକୁ ପଡ଼ିଛି। ତାଙ୍କୁ ପ୍ରାୟ ଫିଲ୍ମରେ ଭିନ୍ନ ଭିନ୍ନ ଗେଟ୍ଅପ୍ରେ ଦେଖିବାକୁ ମିଳିଥାଏ। ‘ଠାକ୍ରେ’ ଫିଲ୍ମର ନିର୍ଦ୍ଦେଶନା ଅଭିଜିତ୍ ପାନ୍ସେ ଦେଇଥିବାବେଳେ ଫିଲ୍ମ୍ର ପ୍ରୋଯୋଜକ ହେଉଛନ୍ତି ସଞ୍ଜୟ ରାଉତ୍।
ଫିଲ୍ମଟି ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ।
from Odisha Reporter http://bit.ly/2AZkPFj
No comments:
Post a Comment