
ଜୟପୁର: ରାତି ୮ଟା ପରେ ମିଳିବନି ମଦ। ଅବକାରୀ ବିଭାଗ ଅଧିକାରୀ ମାନଙ୍କୁ ଏଭଳି ନିର୍ଦ୍ଦେଶ ଆସିଛି। ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, “ରାତି ୮ଟା ପରେ ଯେକେହି ମଦ ବିକୁଥିବ ସେ କଡ଼ା ଦଣ୍ଡରେ ଦଣ୍ଡିତ ହେବା ଆବଶ୍ୟକ। ତାଙ୍କର ଦୋକାନ ସିଲ୍ ହେବା ସହିତ ତାଙ୍କର ଲାଇସେନ୍ସ ରଦ୍ଦ କରାଯିବା ଆବଶ୍ୟକ।”
ମୁଖ୍ୟମନ୍ତ୍ରୀ ତାଙ୍କର ବାସଭବନଠାରେ ଅନୁଷ୍ଠିତ ଏକ ବୈଠକରେ କହିଛନ୍ତି, “୨୦୦୮ ମସିହାରେ ଆମ ସରକାର ଏଭଳି ଅଭିନବ ନୀତି ଆଣିଥିଲେ। ୮ଟା ପରେ ମଦ ବିକ୍ରି ବନ୍ଦ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଇଥିଲା।”
ବୈଠକରେ ଜଣାପଡ଼ିଥିଲା ଯେ କିଛି ଦୋକାନୀ ଗ୍ରାହକଙ୍କ ଠାରୁ ବଟଲ୍ରେ ଲିଖିତ ମୂଲ୍ୟଠାରୁ ଅଧିକ ନେଉଛନ୍ତି। ଗେହଲଟ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ମଦ ଚାଲାଣ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2CyD44l
No comments:
Post a Comment