
ଅନୁଗୋଳ(ବିରଜା ଦାଶ): ଯେଉଁ ସମୟରେ ପାଠ ପଢ଼ିବା କଥା ଓ ଖେଳିବା କଥା ସେହି ବୟସରେ ପିଲାମାନେ ପଥଭ୍ରଷ୍ଟ ହେଉଛନ୍ତି। ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏମିତି ଏକ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ଜଣେ ସାଢ଼େ ୩ ବର୍ଷର ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସାଢ଼େ ୩ ବର୍ଷର ଝିଅଟି ଘଟଣା ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଥିଲା। ପରେ ତାକୁ ସରକାରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନାବାଳିକାଙ୍କ ୧୬ ବର୍ଷୀୟ ସମ୍ପର୍କୀୟ ଭାଇଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏପରିକି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି।
ନାବାଳିକା ଗତ ଶୁକ୍ରବାର ଦୁଷ୍କର୍ମର ଶିକାର ହୋଇଥିଲେ। ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରବଳ ଯନ୍ତ୍ରଣା ହେବାରୁ ନାବାଳିକାକୁ ନର୍ସିଂହୋମ୍ରେ ଦେଖାଇଥିଲେ ପରିବାର ଲୋକେ।
from Odisha Reporter http://bit.ly/2RC7PQ8
No comments:
Post a Comment