
ନୂଆଦିଲ୍ଲୀ: ଟିଭି କାର୍ଯ୍ୟକ୍ରମ କଫି ୱିଥ୍ କରନ୍ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲଙ୍କୁ ଚାରିଆଡ଼ୁ ବିରୋଧ କରାଯାଉଛି। ତେବେ ଏହି ବିବାଦ ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲି।
ସେ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କ ସପକ୍ଷରେ ଓକିଲାତି କରିଥିବା ବେଳେ ଜୀବନରେ ସମସ୍ତେ ଭୁଲ କରିଥାନ୍ତି ବୋଲି କହିଛନ୍ତି।
ଗାଙ୍ଗୁଲି କହିଛନ୍ତି, “ଆମେ ସମସ୍ତେ ମଣିଷ। ତେଣୁ ଏହା ଭାବିବା ଉଚିତ ନୁହେଁ ଯେ ଆମେ ଯାହା କରିବା ସେକଥା ସର୍ବଦା ଠିକ୍ ହେବ। ବେଳେ ବେଳେ ଆମେ ଭୁଲ କରିଥାଉ। ଗୋଟିଏ ଭୁଲ୍ରେ ଅଟକି ନ ରହି ଆମକୁ ଆଗକୁ ଯିବା ପଡ଼ିବ। ତେବେ ଆଗକୁ ଯେମିତି ଏଭଳି ଭୁଲ ନ ହେବ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ।
ସେଦିନ ଟିଭି ଶୋ’ରେ କ’ଣ ଘଟିଲା ମୁଁ ଦେଖିନାହିଁ। ଥଟ୍ଟାମଜାକୁ ବାଦ୍ ଦେଇ ଆମେ ଯଦି କହିବା, ଲୋକେ ଭୁଲ କରନ୍ତି। ସେହି ଗୋଟିଏ କଥାକୁ ବାରମ୍ବାର ଧରି ବସିବା ଅପେକ୍ଷା କେମିତି ଏହାର ସମାଧାନ ହେବ, ସେକଥା ଚିନ୍ତା କରିବା ଉଚିତ। ଆମେ ମଣିଷ, ମେସିନ୍ ନୁହେଁ ଯେ ସବୁ କଥା ଠିକ୍ ଭାବେ କରିପାରିବା।”
from Odisha Reporter http://bit.ly/2W1DetJ
No comments:
Post a Comment