ନବଜାତର ଜୀବନ ବଞ୍ଚାଇ ପ୍ରସବ ରୁମ୍‌ରେ ଟଳିଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ନବଜାତର ଜୀବନ ବଞ୍ଚାଇ ପ୍ରସବ ରୁମ୍‌ରେ ଟଳିଲେ ଡାକ୍ତର

କୋଲକାତା: ଏମିତି ବି ଆସିପାରେ ମୃତ୍ୟୁ। ଜଣେ ଡାକ୍ତର ପ୍ରଥମେ ପ୍ରସବ ରୁମ୍‌ରେ ନବଜାତକଙ୍କ ଜୀବନ ବଞ୍ଚାଇଥିଲେ। ଏହାର ଦୁଇ ମିନିଟ୍‌ ପରେ ନବଜାତ ଶିଶୁର ଜୀବନ ବଞ୍ଚାଇଥିବା ଡାକ୍ତର ଜଣଙ୍କ ଲେବର ରୁମ୍‌ରେ ହିଁ ଟଳିପଡ଼ିଥିଲେ। ଏହି ଦୁଃଖଦ ଘଟଣା କୋଲକାତାର ପୂର୍ବ ମିଦନାପୁରର ପାଟାଣ୍ଡାରେ ଘଟିଛି। ମୃତ ଡାକ୍ତର ହେଉଛନ୍ତି ପାଟାଣ୍ଡା ପ୍ରାଇମେରୀ ହେଲଥ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ୪୮ ବର୍ଷୀୟ ବିଭାସ ଖୁଟିଆ।

ମଙ୍ଗଳବାର ହସ୍ପିଟାଲ୍‌କୁ ଆସିଥିବା ସୋନାଲି କୁଲିଆ ମାଜି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଦିନ ପ୍ରାୟ ୧୧ଟା ବେଳେ ପ୍ରସବ ରୁମ୍‌ରେ ଭର୍ତ୍ତି କରାଯାଇଥିଲା।

ସେ ଜଣେ ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ସେ ଜନ୍ମ ହେବା ପରେ ନ କାନ୍ଦିବାରୁ ତାଙ୍କୁ ଡାକ୍ତର ଖୁଟିଆ ତାକୁ ୱାର୍ମରରେ ରଖିବା ସହ ତା ଛାତିକୁ ଜୋରରେ ଦବାଇଥିଲେ।

ଏପରି କରିବା ଫଳରେ ଫଳରେ ନବଜାତକଟିର ଜୀବନ ବଞ୍ଚି ଯାଇଥିଲା। କିନ୍ତୁ ନବଜାତକଟି ସୁସ୍ଥ ହେବାର ଦୁଇ ମିନିଟ୍‌ ପରେ ଡାକ୍ତର ଖୁଟିଆ ଟଳି ପଡ଼ିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2FylQIf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages