ଶନ୍‌ଙ୍କ ଶତକ; ଭାରତ ଆଗରେ ୨୯୯ ରନ୍‌ର ବିଜୟ ଲକ୍ଷ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଶନ୍‌ଙ୍କ ଶତକ; ଭାରତ ଆଗରେ ୨୯୯ ରନ୍‌ର ବିଜୟ ଲକ୍ଷ୍ୟ

shaun

ଆଡେଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆଜି ଆଡେଲେଡ୍‌ରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୯ ୱିକେଟ୍ ହରାଇ ୨୯୮ ରନ୍ ସଂଗ୍ରହ କରିଛି। ଏହା ସହିତ ଭାରତ ଆଗରେ ୨୯୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଶହେ ରନ୍ ପୂର୍ବରୁ ୩ଟି ୱିକେଟ୍ ହରାଇଥିଲା। ଦଳୀୟ ସ୍କୋର ୮୨ ରନ୍‌ରେ ପହଞ୍ଚିଥିବା ବେଳକୁ ଓପନର ତଥା ୱିକେଟ୍ କିପର ଆଲେକ୍ସ କ୍ୟାରୀ (୧୮ ରନ୍‌), ଅଧିନାୟକ ଆରୋନ୍ ଫିଞ୍ଚ୍ (୬) ଓ ଉସ୍‌ମାନ୍ ଖ୍ୱାଜା (୨୧) ଆଉଟ୍ ହୋଇ ଯାଇଥିଲେ। ତେବେ ଶନ୍‌ ମାର୍ଶଙ୍କ ଧୂଆଁଧାର ପାଳି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲା।

ଶନ୍ ମାର୍ଶ ୧୨୩ଟି ବଲ୍‌ରୁ ୧୧ଟି ଚୌକା ଓ ୩ଟି ଛକା ସହାୟତାରେ ୧୩୧ ରନ୍ କରିଥିଲେ। ସେ ଭୁବନେଶ୍ୱର କୁମାରଙ୍କ ଏକ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ପରେ ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ଗ୍ଲେନ୍ ମାକ୍ସୱେଲ୍। ସେ ୩୭ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୪୮ ରନ୍ କରିଥିଲେ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୩ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ସିଡ୍‌ନୀରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଭାରତ ହାରି ଯାଇଥିଲା। ତେଣୁ ଦଳ ଆଜି ମ୍ୟାଚ୍ ଜିତି ସ୍ଥିତି ବରାବର କରିବାକୁ ଚେଷ୍ଟା କରିବ।



from Odisha Reporter http://bit.ly/2FrY5Sa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages