ବିଏସ୍‌ଏଫ୍‌ ଯବାନଙ୍କ ଏହି ଗୀତ ସୋଶାଲ ମିଡିଆରେ ହେଲା ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ବିଏସ୍‌ଏଫ୍‌ ଯବାନଙ୍କ ଏହି ଗୀତ ସୋଶାଲ ମିଡିଆରେ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖ ଦିନ ଜାତୀୟ ସେନା ଦିବସ(Natinal army day)ପାଳନ କରାଯାଇଥାଏ। ଯବାନମାନଙ୍କ ବଳିଦାନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇଥାଏ। ୨୦୧୯ ଆର୍ମି ଦିବସରେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ରହିଛି ଜେ.ପି. ଦତ୍ତାଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ “ବର୍ଡର୍‌”ର ସଙ୍ଗୀତ “ସନ୍ଦେଶେ ଆତେ ହାଁ” ।

ଏହି ଗୀତକୁ ଗାଇ ଯବାନ୍‌ ଜଣକ ସମସ୍ତଙ୍କ ମନକୁ ଜିତି ପାରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଯବାନ ଜଣକ କ୍ୟାଣ୍ଟିନ୍‌ରେ ବସି ଗୀତ ଗାଉଛନ୍ତି ଏବଂ ପାଖରେ ଛିଡ଼ା ହୋଇଥିବା ଯବାନ ତାଙ୍କ ଗୀତ ଶୁଣି ତାଳି ମାରୁଛନ୍ତି। ଏହି ଗୀତକୁ ଶୁଣିବା ଆପଣଙ୍କ ଦେହର ରୁମ ମଧ୍ୟ ଟାଙ୍କୁରି ଉଠିବ।

ଅନେକ ୟୁଜର୍‌ ଏହାକୁ ଶେଆର୍‌ କରିବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ, ବର୍ଡର୍‌ ଫିଲ୍ମ ୧୯୯୭ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ୧୯୭୧ରେ ହୋଇଥିବା ଭାରତ ଓ ପାକିସ୍ଥାନ ଯୁଦ୍ଧକୁ ଆଧାର କରି ନିର୍ମାଣ କରାଯାଇଥିଲା। ଯେଉଁ ଯୁଦ୍ଧକୁ ଭାରତ ଜିତିଥିଲା। ବର୍ଡର୍‌ ଫିଲ୍ମରେ ସନି ଦେୱଲ୍‌, ସୁନିଲ୍‌ ସେଟ୍ଟି, ଅକ୍ଷୟ ଖନ୍ନା ଓ ଜ୍ୟାକି ସରାଫ୍‌ ଲିଡ୍‌ ରୋଲ୍‌ରେ ଥିଲେ।

ଫିଲ୍ମଟି ଯବାନମାନଙ୍କ ଜୀବନ ଓ ତାଙ୍କ ପରିବାର ଲୋକଙ୍କ ସଂଘର୍ଷ ଓ ଭାବାବେଗକୁ ନେଇ ନିର୍ମାଣ କରାଯାଇଥିଲା। ଫିଲ୍ମର ଗୀତ ‘ସନ୍ଦେଶେ ଆତେ ହୈ’କୁ ଆପଣ ନିଜ ମୁହଁରେ ଗୁଣୁଗୁଣେଇଥିବେ ନିଶ୍ଚୟ। ଏହି ଗୀତକୁ ଶୁଣିବା ପରେ ଆପଣଙ୍କ ଦେହର ରୁମ ଟାଙ୍କୁରୀ ଉଠିଥିବ। ଜାବେଦ୍‌ ଅଖତର୍‌ଙ୍କ ମର୍ମସ୍ପର୍ଶୀ ଲେଖାକୁ ରୁପ୍‌ କୁମାର ରାଠୋର୍‌ ଓ ସୋନୁ ନିଗମ୍‌ ସେତେବେଳେ ନିଜ କଣ୍ଠରେ ତୋଳି ଧରିଥିଲେ।

ବର୍ଡର୍‌ ଫିଲ୍ମର ଏହି “ସନ୍ଦେଶେ” ଗୀତକୁ ବିଏସ୍‌ଏଫ୍‌ ଜବାନ୍ ଗାଉଥିବାର ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଦୁଇ ମିନିଟ୍‌ର ଏହି ଗୀତଟି ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି। ଟ୍ୱିଟର୍‌ରେ ଭିଡିଓଟି ଭାଇରାଲ୍‌ ହେବା ପୂର୍ବରୁ ୟୁଟ୍ୟୁବ୍‌ରେ ଅପଲୋଡ୍‌ ହୋଇଥିଲା।



from Odisha Reporter http://bit.ly/2FA6nqo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages