ଟ୍ରେନ୍‌ ଚକା ତଳେ ଚାଲିଗଲା ବାପା-ପୁଅଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଟ୍ରେନ୍‌ ଚକା ତଳେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଜଳେଶ୍ୱର (ଅଜିତ ଦାସ): ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରୁଥିବା ବେଳେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ଏକ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ରୂପ୍‌ସା ରେଳ ଷ୍ଟେସନ୍‌ ନିକଟସ୍ଥ ଲେବଲ୍‌କ୍ରସିଂରେ ଘଟିଛି। ମୃତ ବାପ-ପୁଅଙ୍କ ପ୍ରକୃତ ପରିଚୟ ଜଣାପଡ଼ିନଥିବା ବେଳେ ସେମାନଙ୍କ ଘର ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ପାର୍ଥ ରାଜୁ ପ୍ରଧାନଙ୍କ ପରିବାର ଦୀର୍ଘ ଦିନ ଧରି ରୂପ୍‌ସା ରେଳ ଷ୍ଟେସନ୍‌ ନିକଟରେ ଅସ୍ଥାୟୀ ଭାବେ ରହିଆସୁ ଥିଲେ। କାମଦାମ କରି ସେମାନେ ପରିବାର ଭରଣ ପୋଷଣ କରୁଥିଲେ। ଆଜି ଅପରାହ୍ନ ୨ଟା ବେଳେ ପାର୍ଥ ଓ ତାଙ୍କ ୪ ବର୍ଷର ପୁଅ କ୍ଷିତିଷ ରୂପସା ରେଳ ଷ୍ଟେସନ୍‌ ନିକଟସ୍ଥ ଲେବଲ୍‌ କ୍ରସିଂ ଅତିକ୍ରମ କରୁଥିବା ବେଳେ ଶତାବ୍ଦୀ ଏକ୍ସପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବାଲେଶ୍ୱର ନେଇ ଆସିଛି।



from Odisha Reporter http://bit.ly/2U1xbnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages