
ପାଟନା: ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ଉଦୟ ସିଂହ ଗତକାଲି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ବିହାରର ପୂର୍ଣ୍ଣିଆ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦୁଇଥର ପ୍ରତିନିଧିତ୍ୱ କରିଥିଲେ।
ଇସ୍ତଫା ଘୋଷଣା କରିବା ସମୟରେ ସେ ଅଭିଯୋଗ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ନିକଟରେ ବିଜେପି ଆତ୍ମସମର୍ପଣ କରିଛନ୍ତି।
ଏହା ସହ ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ରାହୁଲଙ୍କ ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସେ ନିଜକୁ ବାସ୍ତବିକତା ଠାରୁ ଦୂରେଇ ରଖିଛନ୍ତି।”
ସିଂହ ଏକଥା ବି କହିଛନ୍ତି ଯେ, ସେ ବିଜେପିରେ ଥିବା ସମୟରେ କେବେ ମଧ୍ୟ ‘କଂଗ୍ରେସ ମୁକ୍ତ ଭାରତ’କୁ ଗ୍ରହଣ କରିନାହାନ୍ତି।
from Odisha Reporter http://bit.ly/2DlQEJQ
No comments:
Post a Comment