ରାଗରେ ମାଇକ୍‌ ସହ ମହିଳାଙ୍କ ଓଢ଼ଣୀ ଟାଣିଦେଲେ ସିଦ୍ଧରମୈୟା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ରାଗରେ ମାଇକ୍‌ ସହ ମହିଳାଙ୍କ ଓଢ଼ଣୀ ଟାଣିଦେଲେ ସିଦ୍ଧରମୈୟା, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ଏକ ଅଜବ କାରନାମା କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ସରକାର ଗଠନ କରିଥିବା ବେଳେ ସିଦ୍ଧରମୈୟାଙ୍କ ଏଭଳି ଆଚରଣ ନୂଆ ବିବାଦ ସୃଷ୍ଟି କରିଛି। ବିଭିନ୍ନ ଗଣମାଧ୍ୟମ ଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ସିଦ୍ଧରମୈୟା ଜଣେ ମହିଳାଙ୍କ ମାଇକ୍‌ ଛଡ଼ାଇ ଆଣୁଛନ୍ତି। ଏହି ସମୟରେ ରାଗରେ ଥରୁ ଥିବା ସିଦ୍ଧରମୈୟା ମାଇକ୍‌ ସହ ମହିଳାଙ୍କ ଓଢ଼ଣୀ ମଧ୍ୟ ଟାଣି ଆଣୁଥିବା ଦେଖିବାକୁ ମିଳୁଛି।

ମହିଳା ଜଣଙ୍କ ମହୀଶୂର ଜିଲ୍ଲା ଅନ୍ତର୍ଗତ ଡ.ୟଥୀନ୍ଦ୍ରଙ୍କ ନିର୍ବାଚନମଣ୍ଡଳୀ ବରୁଣର ଜଣେ କଂଗ୍ରେସ କର୍ମୀ। ଡ.ୟଥୀନ୍ଦ୍ର ହେଉଛନ୍ତି ସିଦ୍ଧରମୈୟାଙ୍କ ପୁଅ। କେବଳ ନିର୍ବାଚନ ବେଳେ ଆମ ବିଧାୟକ ଦେଖାଯାଉଛନ୍ତି ଏବଂ ଅନ୍ୟ ସମୟରେ ସିଏ କୁଆଡ଼େ ଯାଉଛନ୍ତି ବୋଲି ମହିଳା ଜଣଙ୍କ ସିଦ୍ଧରମୈୟାଙ୍କୁ ପ୍ରଶ୍ନ କରିଥିଲେ। ଏତିକି ଶୁଣିବା ମାତ୍ରେ ସିଦ୍ଧରମୈୟା ରାଗିଯିବା ସହ ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଗାଳି କରିଥିଲେ। ଏହାପରେ ତାଙ୍କୁ ବସି ପଡ଼ିବାକୁ ବାଧ୍ୟ କରିବା ସହ ଠେଲାପେଲା କରିଥିଲେ। ଏହାପରେ ତାଙ୍କ ହାତରୁ ମାଇକ୍‌ ସହ ତାଙ୍କ ଓଢ଼ଣୀ ମଧ୍ୟ ଟାଣି ଆଣିଥିଲେ।

ଦେଖନ୍ତୁ ଭିଡିଓ: ସୌଜନ୍ୟ: ଏଏନ୍‌ଆଇ



from Odisha Reporter http://bit.ly/2CRWkKf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages