ଅନୁବାଦ ପାଇଁ ଶ୍ରଦ୍ଧାଞ୍ଜଳି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଅନୁବାଦ ପାଇଁ ଶ୍ରଦ୍ଧାଞ୍ଜଳି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଅ।ମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ଶ୍ରୀମୟୀ ମା’ ଏ ବର୍ଷର କେନ୍ଦ୍ର ସାହିତ୍ୟ ଅକାଡେମୀ ପୁରସ୍କାର ପାଇବ। ଏହାର ମୂଳ ଲେଖା ବଙ୍ଗଳା ସାହିତ୍ୟର ବିଶିଷ୍ଟ ଲେଖକ ନବ କୁମାର ବସୁ ଲେଖିଛନ୍ତି । ଯାହାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଲେଖିକା ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ।

ଏହା ଏକ ଯୁଗ୍ମ ଉପନ୍ୟାସ । ମା’ ସାରଦା ଦେବୀଙ୍କ ଜୀବନ ବୃତ୍ତାନ୍ତ ଓ ଜୀବନ ସଂଗ୍ରାମ ଉପରେ ଆଧାରିତ ଏହି ପୁସ୍ତକ ଓଡ଼ିଆ ପାଠକଙ୍କ ପାଖକୁ ପହଞ୍ଚାଇବାକୁ ‘ଆମ ଓଡ଼ିଶା’ ଏକ ପ୍ରୟାସ କରିଛି। ମା’ ସାରଦାଙ୍କର ଓଡ଼ିଶା ସହ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଏଥିରେ ବର୍ଣ୍ଣିତ ହୋଇଛି।
ପ୍ରଥମେ ‘ପୌରୁଷ’ ପତ୍ରିକାରେ ଧାରାବାହିକ ଭାବେ ଏହାର ଲେଖାମାନ ପ୍ରକାଶ ପାଇବା ପରେ ଏହାକୁ ପୁସ୍ତକ ରୂପେ ପ୍ରକାଶ କରାଯାଉଛି।

ପୁରୀ ରାମକୃଷ୍ଣ ମଠ ଠାରେ ଶ୍ରୀରାମକୃଷ୍ଣ ପରମହଂସ ଓ ସାରଦା ଦେବୀଙ୍କୁ ପୁସ୍ତକଟିକୁ ସମର୍ପିତ କରାଯାଇ ଲୋକାର୍ପଣ କରାଯାଇଛି। ଏହି ସମର୍ପଣ ଉତ୍ସବରେ ମୂଳ ଲେଖକ ନବକୁମାର ବସୁ ସସ୍ତ୍ରୀକ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ବିଶିଷ୍ଟ କବି ହରିହର ମିଶ୍ର, ଲେଖକ ଅସିତ ମହାନ୍ତି ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ।



from Odisha Reporter http://bit.ly/2RSEr8d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages