‘ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇଛି କେନ୍ଦ୍ର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

‘ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇଛି କେନ୍ଦ୍ର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିଲା। ଏହାକୁ ରାଜ୍ୟ ସରକାର ବଢ଼ାଇଛନ୍ତି ବୋଲି ଗାଇ ବୁଲୁଛନ୍ତି। ମାତ୍ର ଏହାକୁ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଖଣ୍ଡନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।  ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ରାଜ୍ୟ ନୁହେଁ କେନ୍ଦ୍ର ସରକାର କରିଛନ୍ତି ବୋଲି ସେ କହିଛନ୍ତି।

ମାନେକା କହିଛନ୍ତି-“କେନ୍ଦ୍ର ସରକାରଙ୍କ ୭୦ କୋଟିର ମାତୃ ବନ୍ଦନା ଯୋଜନାରେ ଓଡ଼ିଶାରୁ ୭ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ କେନ୍ଦ୍ର ଯୋଜନାକୁ ରାଜ୍ୟ ଅଣଦେଖା କରୁଛି।”

ସେ କହିଛନ୍ତି-“କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ରହିଛି। ମୋବାଇଲ ମାଧ୍ୟମରେ ପୁଲିସ ସହ ସିଧା ଯୋଗାଯୋଗର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ୮ଟି ରାଜ୍ୟ ସାମିଲ ଥିବା ବେଳେ ଓଡ଼ିଶା ଗ୍ରହଣ କରିନାହିଁ। ସେହିପରି ଓଡ଼ିଶାରେ ସେଲ୍‌ଟର ହୋମ୍‌ ଗୁଡିକର ମାନ ଠିକ୍ ନାହିଁ।”

ମାନେକାଙ୍କ ଏଭଳି ଅଭିଯୋଗର ଉତ୍ତର ରଖି ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀଙ୍କ ଏହି ତଥ୍ୟ ବିଭ୍ରାନ୍ତିକର।



from Odisha Reporter http://bit.ly/2S5aeCi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages