
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଞ୍ଚରେ ଲାଗିଛି ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ଯୋଜନା ‘ଆମ ଗାଁ ଆମ ବିକାଶ’କ ବ୍ୟାନର। ବ୍ୟାନରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସହସ ଫଟୋ। ଆଉ ସେହି ବ୍ୟାନର ସମ୍ମୁଖରେ ଚାଲିଛି ମାଇଣ୍ଡ ଫ୍ରେସ୍ କାର୍ଯ୍ୟକ୍ରମ। ମାନେ ବୋବାଲ ଡ୍ୟାନ୍ସ। ଧୁମ୍ଧଡ଼ାକା ଗୀତର ତାଳେ ତାଳେ, ପାଦରେ ପାଦରେ ମିଶାଇ ଉନ୍ମତ୍ତ ନୃତ୍ୟ କରୁଛନ୍ତି ଦୁଇଜଣ ହାଫ୍ପ୍ୟାଣ୍ଟ ପିନ୍ଧା ତରୁଣୀ। ଖୁବ୍ ଜୋର୍ରେ ବାଜୁଛି ଅତ୍ୟାଧୁନିକ ହିନ୍ଦି ଗୀତ।
କୌଣସି ଯାତ୍ରା ପାର୍ଟିର ରେକର୍ଡ ଡ୍ୟାନ୍ସଠାରୁ କମ୍ ଉତ୍ତେଜକ ନୁହେଁ ଏହି ଦୃଶ୍ୟ। ଏହି ନୃତ୍ୟର ଭିଡିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଦେଖି ଲାଗୁଛି କାର୍ଯ୍ୟକ୍ରମଟି ରାତିରେ ଆୟୋଜନ ହୋଇଛି। ଅନେକ ସୋସିଆଲ୍ ମିଡିଆ ୟୁଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କେହି କେହି କଟାକ୍ଷ ମଧ୍ୟ କରିଛନ୍ତି।
ଜଣେ ଲେଖିଛନ୍ତି- ଏହା ହେଉଛି ନବୀନଙ୍କ ୧୮ ବର୍ଷ ଶାସନର ପ୍ରକୃତ ‘ଆମ ଗାଁ ଆମ ବିକାଶର ଚିତ୍ର’। ଆଉଜଣେ ଲେଖିଛନ୍ତି- ଏଇଟା ସାମାନ୍ୟ ଡୋଜ୍। ସଭା ପୂର୍ବରୁ ବିଜୁ…ବାହିନୀକୁ ସତେଜ୍ କରିବାର ଏକ ଅଦ୍ଭୁତ ପ୍ରୟାସ।
ସୂଚନା ଅନୁଯାୟୀ, ଗାଁ ଗାଁରେ ବିକାଶ ପାଇଁ ନବୀନ ସରକାର ‘ଆମ ଗାଁ ଆମ ବିକାଶ’ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ କ୍ୟାବିନେଟ୍ ଏହି ବ୍ୟୟବହୁଳ ଯୋଜନା ଉପରେ ମୋହର ମାରିବା ପରେ ଏବେ କୋଟି କୋଟି ଟଙ୍କା ବ୍ୟୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ପ୍ରୟାସ କରୁଛନ୍ତି। ବଜେଟରେ ଏହି ଯୋଜନା ପାଇଁ ୧୨୫୦କୋଟି ଟଙ୍କା ରଖାଯାଇଛି। ହେଲେ ଯୋଜନାଟି କେମିତି କାର୍ଯ୍ୟକାରୀ ହେଉଛି ଏବଂ ଏ ବାବଦରେ ଅର୍ଥ କେଉଁ ଢଙ୍ଗରେ ଖର୍ଚ୍ଚ ହେଉଛି, ତାହା ଉପରୋକ୍ତ ଭିଡିଓରୁ ହିଁ ଜଣାପଡ଼ୁଛି।
from Odisha Reporter http://bit.ly/2Hw422h
No comments:
Post a Comment