ନିଜ ଅଜବ୍‌ ବୟାନ୍‌ ଲାଗି ଟ୍ରୋଲ୍‌ ହେଲେ କରନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ନିଜ ଅଜବ୍‌ ବୟାନ୍‌ ଲାଗି ଟ୍ରୋଲ୍‌ ହେଲେ କରନ୍‌ !

ମୁମ୍ବାଇ:ନିଜ ଚାଟ୍‌ ଶୋ’ ମାଧ୍ୟମରେ ଅନ୍ୟମାନଙ୍କ ପୋଲ୍‌ ଖୋଲୁଥିବା କରନ ଜୋହର ନିଜ ମତାମତକୁ ନେଇ ଏବେ ଆକ୍ରୋଶର ଶିକାର ହୋଇଛନ୍ତି। ନିକଟରେ ସେ ନିଜ ଫିଲ୍ମ ‘ଏ ଦିଲ୍‌ ହୈ ମୁସ୍‌କିଲ୍‌’ ସହ ସମ୍ପର୍କିତ ଏକ ରହସ୍ୟ ଖୋଲିଛନ୍ତି। କରନ୍‌ କହିଛନ୍ତି, “ଏ ଦିଲ୍‌ ହୈ ମୁସ୍‌କିଲ୍‌ରେ ଅନୁଷ୍କା ଶର୍ମାଙ୍କୁ ଏଥିପାଇଁ ମାରିବାକୁ ପଡ଼ିଲା, କାରଣ ସେ ରଣବୀରଙ୍କ ଭଲ ପାଇବାକୁ ବୁଝି ପାରି ନ ଥିଲେ। ତେଣୁ ଏଇଟା ତାଙ୍କ ଦଣ୍ଡ ଥିଲା। ମୁଁ ତାଙ୍କ ଚରିତ୍ରକୁ ମାରିଦେଲି।”

କରନ୍‌ଙ୍କ ମତରେ ଗୋଟେ ଫିଲ୍ମ ମେକର ଜଣେ ଭଗବାନ୍‌ଙ୍କ ସହ ସମାନ। କାରଣ ସେ ଚାହିଁଲେ ଚରିତ୍ରକୁ ଗଢିପାରିବ ଏବଂ ଭାଙ୍ଗି ପାରିବ ମଧ୍ୟ।
କରନ୍‌ଙ୍କ ଏପରି ମତାମତକୁ ନେଇ ବର୍ଷିଛନ୍ତି ଦର୍ଶକ।

କରଣଙ୍କର କିଛି ବୁଦ୍ଧି ନାହିଁ, ନିଜ ବ୍ୟକ୍ତିଗତ ଜୀବନରୁ ହିଁ ସେ ଏମିତି ଆଇଡିଆ ପାଉଛନ୍ତି ବୋଲି କିଛି ଲୋକ କହି ତାଙ୍କ ମଜାକ୍‌ ଉଡାଇଛନ୍ତି। ଝିଅଙ୍କ ପ୍ରପୋଜାଲ୍‌କୁ ରିଜେକ୍ଟ କଲେ ତାଙ୍କୁ କ୍ୟାନ୍‌ସର ହୋଇଯିବ ବୋଲି କିଛି ଫଲୋଅର୍‌ କହିଛନ୍ତି।

ତେବେ ଜଣାଇଦେଉଛୁ ଯେ, ଫିଲ୍ମ ‘ଏ ଦିଲ୍ଲ ହୈ ମୁସ୍‌କିଲ୍‌’ରେ ଅୟାନ୍‌(ରଣବୀର କପୁର), ଅଲିଜେ(ଆନୁଷ୍କା)କୁ ଭଲ ପାଉଥିଲେ। କିନ୍ତୁ ଅଲିଜେଙ୍କ ପାଇଁ ଅୟାନ୍‌ ଜଣେ ଭଲ ବନ୍ଧୁ ଥିଲେ। ଫିଲ୍ମର ଶେଷରେ ଅଲିଜେ କ୍ୟାନ୍‌ସରରେ ମୃତ୍ୟୁବରଣ କରିଥିବାର ଦେଖିବାକୁ ମିଳିଥିଲା।



from Odisha Reporter http://bit.ly/2UizTom

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages