ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗାଯାତ୍ରାକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗାଯାତ୍ରାକୁ ନା

ଆଲିଗଡ଼: ପବିତ୍ର ସାଧାରଣତନ୍ତ୍ର ଦିବସରେ ସମଗ୍ର ଦେଶରେ ଉଡ଼ୁଛି ତ୍ରିରଙ୍ଗା ପତାକା। ଦେଶପ୍ରେମର ଅନନ୍ୟ ପ୍ରତୀକ ଏହି ତ୍ରିରଙ୍ଗା ତଳେ ସମସ୍ତେ ମୁଣ୍ଡ ନୁଆଁଉଥିବାବେଳେ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ଶନିବାର ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ ତ୍ରିରଙ୍ଗାଯାତ୍ରାକୁ ଏଠାରେ ବିରୋଧ କରି ଅଟକାଇ ଦିଆଯାଇଥିବା ଜଣାଯାଇଛି।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେମାନେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିଥିବାରୁ ହାତରେ ତ୍ରିରଙ୍ଗା ଧରି ଏହି ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏହି ଶୋଭାଯାତ୍ରା ଆଲିଗଡ଼ ବିଶ୍ୱ ବିଦ୍ୟାଳୟ ଆଡ଼କୁ ଯିବା ସମୟରେ ସେଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଅଟକାଇଥିଲେ।

ଏହାର ଦୁଇଦିନ ପୂର୍ବରୁ ମଧ୍ୟ ବିଜେୱାଇଏମ୍‌ ପକ୍ଷରୁ ଏଭଳି ଏକ ତ୍ରିରଙ୍ଗା ଯାତ୍ରା ଅୟୋଜିତ ହେବାକୁ ନେଇ ବିଜେପି ବିଧାୟକ ଦଲବୀର ସିଂହଙ୍କ ନାତି ଅଜୟ ସିଂଙ୍କ ସମେତ ୨ ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି।

ବିଜେୱାଇଏମ୍‌ର ମୁଖପାତ୍ର ଶନିବାର କହିଥିଲେ, ଏହି ସଂଗଠନର ୧ ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଘାଣ୍ଟନଗରରୁ ତ୍ରିରଙ୍ଗା ରାଲି କରିବେ।



from Odisha Reporter http://bit.ly/2DBloa2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages