ଆଇନ୍‌ରେ ପରିଣତ ହେଲା ୧୦% ଆରକ୍ଷଣ ବିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଆଇନ୍‌ରେ ପରିଣତ ହେଲା ୧୦% ଆରକ୍ଷଣ ବିଲ୍‌

ନୂଆଦିଲ୍ଲୀ: ଏଣିକି ସାଧାରଣ ବର୍ଗରେ ଥିବା ଆର୍ଥିକ ପଛୁଆ ଶ୍ରେଣୀର ଲୋକଙ୍କୁ ସରକାରୀ ଚାକିରି ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୦% ଆରକ୍ଷଣ ସୁବିଧା ମିଳିବ। ଏ ସଂକ୍ରାନ୍ତ ବିଲ୍‌ ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ପାସ୍‌ ହୋଇଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ଉପରେ ମୋହର ମାରିଛନ୍ତି। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହି ସଂରକ୍ଷଣ ବିଲ୍‌ ଆଇନ୍‌ରେ ପରିଣତ ହୋଇଛି।

ସାଧାରଣ ବର୍ଗରେ ଥିବା ଆର୍ଥିକ ପଛୁଆ ଶ୍ରେଣୀର ଲୋକମାନେ ଅବହେଳିତ ବୋଧ କରୁଥିବାରୁ ମୋଦି ସରକାର ଏଭଳି ୧୦% ସଂରକ୍ଷଣ ବ୍ୟବସ୍ଥା ଆଣିଥିଲେ। ପ୍ରଥମେ ବିରୋଧୀ ଏହାକୁ ନିର୍ବାଚନ ପୂର୍ବରୁ ଲଲିପପ୍‌ ବୋଲି କହିଥିଲେ ହେଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହାକୁ ପାସ୍‌ କରାଇବାରେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ।

ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ବର୍ଗର ଗରିବ ଲୋକମାନେ ଉଭୟ ଅର୍ଥ ଓ ଆରକ୍ଷଣ ସୁବିଧା ଅଭାବରୁ ଉଚ୍ଚ ଶିକ୍ଷା କିମ୍ବା ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଏକ ଆରକ୍ଷଣ ବିଲ୍‌ ଆଣିଛନ୍ତି।

ନିର୍ବାଚନ ପୂର୍ବରୁ ସାଧାରଣ ବର୍ଗଙ୍କ ପାଇଁ ଏଭଳି ୧୦% ଆରକ୍ଷଣ ବ୍ୟବସ୍ଥା କରିବା ମୋଦି ସରକାରଙ୍କ ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି। ଏହାଦ୍ୱାରା ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆର୍ଥିକ ଅନଗ୍ରସର ଲୋକଙ୍କୁ ସରକାରୀ ଚାକିରି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରକ୍ଷଣ ମିଳିବ।

ଏହି ସୁବିଧା ସେହି ପରିବାରମାନଙ୍କୁ ମିଳିବ ଯାହାର ଆୟ ବାର୍ଷିକ ୮ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ। ସେହିପରି ଯେଉଁ ପରିବାର ପାଖରେ ୫ ଏକରରୁ କମ୍‌ ଚାଷ ଜମି ଥିବ ସେମାନଙ୍କୁ ଏହି ସୁବିଧା ମିଳିବ। ଏହାବାଦ୍‌ ଏହି ସଂରକ୍ଷଣ ବ୍ୟବସ୍ଥା ପାଇବାକୁ ହେଲେ ସମ୍ପୃକ୍ତ ପରିବାରର ବାସଭବନର ଆକାର ୧୦୦୦ ବର୍ଗଫୁଟରୁ କମ୍‌ ହେବା ଜରୁରୀ। ମ୍ୟୁନିସିପାଲିଟି ଅଞ୍ଚଳରେ ଜଣେ ଆବାସିକ ପ୍ଲଟର ଆକାର ୧୦୦ ଗଜରୁ କମ୍‌ ରହିଥିବ ଏବଂ ଅଣ ମ୍ୟୁନିସିପାଲିଟି ଅଞ୍ଚଳରେ ଆବାସିକ ପ୍ଲଟ ୨୦୦ ଗଜରୁ କମ୍‌ ଥିବା ଜରୁରୀ।

ଏହି ଆଇନ ଦ୍ୱାରା ଦେଶର ୩୬ କୋଟି ଲୋକ ଲାଭବାନ ହେବେ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥଓ୍ୱରଚାନ୍ଦ ଗେହଲଟ କହିଥିଲେ।



from Odisha Reporter http://bit.ly/2FtKn0a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages