
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୩୪ ରନ୍ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ସବୁଠାରୁ ଅଭିଜ୍ଞ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ୫୧ ରନ୍ର ଇନିଂସ୍ ଖେଳିଛନ୍ତି। ୨୦୧୮ରେ ମାତ୍ର ୨୭୫ ରନ୍ ସ୍କୋର କରିଥିବା ଧୋନି ୨୦୧୯ର ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରି ନିଜର ମନୋବଳ ବୃଦ୍ଧି କରିଛନ୍ତି। ହେଲେ ଧୋନିଙ୍କ ୫୧ ରନ୍ର ଇନିଂସ୍ ଭାରତ ହାରିବା ପରେ ଫିକା ପଡ଼ିଯାଇଛି।
କିନ୍ତୁ ଦୁଃଖର କଥା, ଧୋନି ବେଶ ଦୁର୍ଭାଗ୍ୟଜନକ ଭାବେ ଆଉଟ୍ ହୋଇଛନ୍ତି। ଧୋନିଙ୍କୁ ବେହରନ୍ଡ୍ରଫ୍ ଏଲବିଡ୍ବ୍ଲ୍ୟୁ କରାଇ ଦେଇଥିଲେ। ଧୋନି ରିଭ୍ୟୁ ନେବାକୁ ଚାହିଁଥିଲେ ହେଁ ଭାରତ ପୂର୍ବରୁ ଏହି ସୁବିଧା ହରାଇ ସାରିଥିଲା। ତେବେ ଭାରତର ରିଭ୍ୟୁ ଥିଲେ ହୁଏତ ଧୋନି ନଟଆଉଟ୍ ଘୋଷିତ ହୋଇଥାଆନ୍ତେ। କାରଣ ବଲ୍ଟି ଲେଗ୍ ଷ୍ଟମ୍ପ ବାହାରେ ପିଚ୍ ହୋଇଥିଲା।
ଏହା ସତ୍ତ୍ୱେ ଅମ୍ପାୟାର ଧୋନିଙ୍କୁ ଆଉଟ୍ ନିଷ୍ପତ୍ତି ଦେଇଥିଲେ। ତେବେ ଏହାକୁ ମାନିନେବା ବ୍ୟତୀତ ଧୋନିଙ୍କ ଆଗରେ ଅନ୍ୟ ବିକଳ୍ପ ନଥିଲା, କାରଣ ଏହାପୂର୍ବରୁ ମାତ୍ର ୨ଟି ବଲ୍ ଖେଳି ଶୂନରେ ଆଉଟ୍ ହୋଇଥିବା ଅମ୍ବାତି ରାୟୁଡୁ ଡିଆର୍ଏସ୍ ସୁବିଧାର ଉପଯୋଗ କରିସାରିଥିଲେ।
ଖାଲି ଆଖିରେ ରାୟୁଡୁ ଆଉଟ୍ ଥିବା ଜଣାପଡ଼ୁଥିଲେ ହେଁ ସେ କିନ୍ତୁ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଯାହା ପରବର୍ତ୍ତୀ ଅବସ୍ଥାରେ ଭାରତକୁ ମହଙ୍ଗା ପଡ଼ିଥିଲା। ଭାରତ ତା’ର ଏକମାତ୍ର ରିଭ୍ୟୁ ହରାଇବା ସହ ରାୟୁଡୁ ପ୍ୟାଭିଲିୟନ୍ ଫେରିଥିଲେ। ଯଦି ରାୟୁଡୁ ରିଭ୍ୟୁ ନନେଇଥାଆନ୍ତେ, ତା’ହେଲେ ଧୋନି ନିଶ୍ଚିତ ଭାବେ ଏହାର ବ୍ୟବହାର କରିଥାଆନ୍ତେ। ସେହିପରି ମ୍ୟାଚ୍ର ଫଳାଫଳ ମଧ୍ୟ ହୁଏତ ଆଉ କିଛି ହୋଇଥାଆନ୍ତା।
ଦେଖନ୍ତୁ ଧୋନିଙ୍କ ଆଉଟ୍ ହେବାର ଭିଡିଓ:
India are out of reviews and Dhoni has to go… #CloseMatters#AUSvIND | @GilletteAU pic.twitter.com/WRYVQPxwIM
— cricket.com.au (@cricketcomau) January 12, 2019
from Odisha Reporter http://bit.ly/2Fo7V7t
No comments:
Post a Comment