ମେଣ୍ଟ ପାଇଁ ବିଜେପି ଆଗରେ ଏମିତି ସର୍ତ୍ତ ରଖିଲା ଶିବସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ମେଣ୍ଟ ପାଇଁ ବିଜେପି ଆଗରେ ଏମିତି ସର୍ତ୍ତ ରଖିଲା ଶିବସେନା

ମୁମ୍ବାଇ: ବିଜେପି ଓ ତା’ର ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟରେ ଦୂରତା ଧୀରେଧୀରେ ବଢ଼ିବାକୁ ଲାଗିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରି ଆସୁଥିବା ଶିବସେନା ଏବେ ମେଣ୍ଟ କଥା ଉଠାଇଛି।

ଦଳର ମୁଖ୍ୟ ଉଦ୍ଧବ ଠାକରେ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଦ୍‌ବୋଧନ ଦେଇ ବିଜେପି ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ ନଥିବା କହି ପ୍ରବଳ ବର୍ଷିଛନ୍ତି।

ସେ କହିଛନ୍ତି, “ ବିଜେପି ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଚାହୁଁଛି। ହେଲେ ଚାଷୀଙ୍କ ସମସ୍ୟା ପ୍ରତି ଆଦୌ ଧ୍ୟାନ ଦେଉନାହିଁ। ତେଣୁ ଦଳ ପ୍ରଥମେ ଚାଷୀଙ୍କ ସମସ୍ୟାର ସମାଧାନ କରୁ, ତା’ ପରେ ମେଣ୍ଟ କଥା କହିବ। ଚାଷୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ କୌଣସି ମେଣ୍ଟ ସମ୍ଭବ ନୁହେଁ। ବିଜେପି ଚାଷୀ ସମସ୍ୟାର ସମାଧାନ କଲେ ଶିବସେନା ଦଳ ସହ ମେଣ୍ଟ କରିବ।”

ଗତକାଲି ଶିବସେନାର ଜଣେ ସାଂସଦ ବିଜେପି ମହାରାଷ୍ଟ୍ରରେ ପୋତି ହୋଇଯିବ ବୋଲି କହି ତୀବ୍ର ସମାଲୋଚନା କରିଥିଲେ।



from Odisha Reporter http://bit.ly/2Rmu64g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages