ସକାଳୁ ଉଠି ପିଅନ୍ତୁ ଜୁଆଣି ପାଣି, ପାଆନ୍ତୁ ଏହି ସବୁ ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ସକାଳୁ ଉଠି ପିଅନ୍ତୁ ଜୁଆଣି ପାଣି, ପାଆନ୍ତୁ ଏହି ସବୁ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜୁଆଣି ପାଣିରେ ଅନେକ ଔଷଧୀୟ ଗୁଣ ରହିଛି। ଯଦି ଆପଣ ଏହାକୁ ସକାଳେ ପିଇବେ ତେବେ ଶରୀର ପାଇଁ ବେଶ ଲାଭଦାୟକ ହେବ। ସକାଳେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବ। ହଜମ ପ୍ରକ୍ରିୟା ସ୍ୱାଭାବିକ୍‌ ହେବ। ପ୍ରାୟ ୫୦ ଗ୍ରାମ୍‌ ଜୁଆଣିକୁ ଏକ ଗ୍ଲାସ ପାଣିରେ ରାତିରେ ଭିଜାଇ ରଖନ୍ତୁ।

ସେଥିରେ ସକାଳୁ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଆପଣଙ୍କ ଓଜନ ହ୍ରାସ ପାଇବ। ସେହିପରି ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ରୋଗ ସମସ୍ୟାରୁ ମିଳିଥାଏ ମୁକ୍ତି ମିଳିଥାଏ।

ଖାଲି ସେତିକି ନୁହେଁ ମୁଣ୍ଡବିନ୍ଧା, ବଦହଜମୀ, ପେଟ ସମସ୍ୟା ଓ ବାନ୍ତି ଆଦି ଅନେକ ସମସ୍ୟାର ସମାଧାନର ସୂତ୍ର ଜୁଆଣି ପାଣିରେ ରହିଛି। ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ମଧ୍ୟ ମୁକ୍ତି ମିଳିଥାଏ। ସେହିପରି ଡାଇବେଟିସ୍‌ ରୋଗୀଙ୍କ ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଏଥିସହିତ ଜୁଆଣି ପାଣି ପିଇବା ଦ୍ୱାରା ଏସିଡିଟି ଓ କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।



from Odisha Reporter http://bit.ly/2CgqOW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages