“ଡିମା ଡିମା ଡିମା ଡୁଡୁଲୁ ଡୁମା… ସାନ କୁନା ମୁଁ, ନାହିଁ ଫୁଲୁଷ୍ଟପ୍‌ ନାହିଁ, କମା।” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

“ଡିମା ଡିମା ଡିମା ଡୁଡୁଲୁ ଡୁମା… ସାନ କୁନା ମୁଁ, ନାହିଁ ଫୁଲୁଷ୍ଟପ୍‌ ନାହିଁ, କମା।”

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): କେତେବେଳେ ମଞ୍ଚ ଉପରେ ମଦ ଗ୍ଲାସ୍‌ ଉଡୁ ଥିଲା ତ ଆଉ କେତେବେଳେ ରୁମାଲ୍‌ ଝାଡ଼ିଲେ ବର୍ଷୁଥିଲା ଟଙ୍କା । ଆଉ ପୁଣି କେତେ ବେଳେ ମଞ୍ଚ ଉପରୁ ଗାଏବ ହୋଇଯାଉଥିଲେ ସେ। ଆଉ କଥା କଥାକେ କହୁଥିଲେ “ଡିମା ଡିମା ଡିମା ଡୁଡୁଲ ଡୁମା…, ସାନ କୁନା ମୁଁ, ନାହିଁ ଫୁଲଷ୍ଟପ୍‌ ନାହିଁ ମୋ କମା…”।

ବୁଝି ପାରିଲେ ତ, କାହା କଥା ଆମେ କହୁଛୁ ?

ଆପଣ ଯଦି ଯାତ୍ରା ଆଉ ମଞ୍ଚ ନାକଟକୁ ଭଲ ପାଉଥିବେ ତା ହେଲେ ଆମ କଥା ଆପଣ ଠିକ୍‌ ବୁଝିଯିବେଣି। ଆମେ କହୁଛୁ ଯୁବ ଖଳନାୟକ କୁନା ଓରଫ ହରେନ୍ଦ୍ର ଜେନାଙ୍କ କଥା।

ଏକାଧାରାରେ ସେ ଜଣେ ମ୍ୟାଜିସିଆନ୍‌, ଗାୟକ, ଉପସ୍ଥାପକ ଓ ଖଳନାୟକ। ଏତେ ଗୁଡ଼ିଏ କଳାର ଅଧିକାରୀ ହେଉଛନ୍ତି  ହରେନ୍ଦ୍ର। ରଙ୍ଗୀନ ରଙ୍ଗ ମଞ୍ଚରେ ଉପସ୍ଥାପନା କରୁ କରୁ ଦିନେ ଜଣେ କଳାକାରଙ୍କ ଅନୁପସ୍ଥିତିରେ ଅଭିନୟ କରିବାକୁ ପଡିଥିଲା। ଆଉ ତା’ପରେ ପଛକୁ ଫେରି ଚାହିଁ ନାହାନ୍ତି ସେ। ଆଜି ପର୍ଯ୍ୟନ୍ତ ମୁହଁରେ ରଙ୍ଗ ମାଖି ମଞ୍ଚରେ ଅଭିନୟ କରୁଛନ୍ତି। ଏଥିରୁ ତାଙ୍କୁ ଆତ୍ମ ସନ୍ତୋଷ ମିଳିଥାଏ ବୋଲି ସେ କହିଛନ୍ତି। ଗତବର୍ଷ ତାଙ୍କର ଏକ ମାନିଆ ଡାଇଲଗ୍‌ ଦର୍ଶକଙ୍କ ମହଲରେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ଯାତ୍ରା ଇନ୍ଦ୍ର ଭୁବନର ନାଟକ ‘ସୁନାହରିଣୀ’ର ସେହି ଡାଇଲଗ୍‌ ହେଉଛି “ଡିମା ଡିମା ଡିମା….।” ଯାହା ପରବର୍ତ୍ତି ସମୟରେ ତାଙ୍କ ପରିଚୟ ପାଲଟି ଯାଇଛି। ଡାଇଲଗ୍‌ରେ ନିଜ ନାଁ ଥିବାରୁ ବେଶ୍‌ ଆନନ୍ଦିତ ବୋଲି କୁହନ୍ତି କୁନା।

କୁନାଙ୍କ ପରିଚୟ

କୁନାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ନିମାଥ୍‌ପୁର ଗାଁରେ। ଭାରି ମିଷ୍ଟଭାଷୀ। ଅର୍ଥ ଅଭାବରୁ ବେଶୀ ପାଠ ପଢ଼ି ପାରିଲେ ନାହିଁ। ମାଟ୍ରିକ୍‌ ପାସ୍‌ ପରେ ବାଲାନ୍ସିଂ ଖେଳ କରୁଥିଲେ। ମାତ୍ର ତାହା କଷ୍ଟସାଧ୍ୟ ହେଉଥିବାରୁ ସେ ବାଧ୍ୟହୋଇ ବାଲାନ୍ସିଂ ଖେଳ ଛାଡ଼ି ମ୍ୟାଜିକ୍‌ ଶିଖିଲେ। ସେଥିରେ ତାଙ୍କୁ ସଫଳତା ମିଳିଲା। ମ୍ୟାଜିକ୍‌ ଦେଖାଉଥିବା ବେଳେ ଉତ୍ତର ଓଡ଼ିଶାରେ ଏକ ଯାତ୍ରା ପାର୍ଟିରେ ଷ୍ଟେଜ୍‌ ଶୋ’ କରିବାର ସୁଯୋଗ ପାଇଥିଲେ। ନାଟକ ଆରମ୍ଭରୁ ୧୫ ମିନିଟ୍‌ ପାଇଁ ତାଙ୍କୁ ମ୍ୟାଜିକ କରିବାକୁ ସୁଯୋଗ ମିଳୁଥିଲା। ପରବର୍ତ୍ତୀ ସମୟରେ କୁନା ଷ୍ଟେଜ୍‌ରେ ଲେଡିଜ୍‌ ଓ ପୁରୁଷ କଣ୍ଠରେ ଗୀତ ଗାଇବା ସହିତ ଆଙ୍କରିଂ କରୁଥିଲେ। ଯାହା ଦର୍ଶକଙ୍କୁ ବାନ୍ଧି ରଖୁଥିଲା।

ଷ୍ଟେଜ୍‌ ଉପରେ ଶବ୍ଦ ବାଣ୍ଟୁ ଥିବା ବେଳେ ଏକଦା ଜଣେ କଳାକାରଙ୍କ ଅନୁପସ୍ଥିତିରେ କୁନାଙ୍କୁ ‘ମହାଯଜ୍ଞ’ ନାଟକରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ତା’ପରଠୁ ସେ କେବେ ପଛକୁ ଫେରି ନାହାଁନ୍ତି। ଜଗନ୍ନାଥ, ରଶ୍ମିରେଖା, ଶିବାନୀ ଗଣନାଟ୍ୟ, ରଙ୍ଗ ମହଲରେ ନିଜ ଅଭିନୟ ଯାଦୁ ଦେଖାଇଥିଲେ। ତିନି ବର୍ଷ ହେଲା ‘ଯାତ୍ରା ଇନ୍ଦ୍ର ଭୁବନ’ର ଯୋଗଦେଇ ମୁହଁରେ ରଙ୍ଗ ମାଖି ଅଭିନୟ କରୁଛନ୍ତି। ମଞ୍ଚରେ ଲୋମ ଟାଙ୍କୁରା ଅଭିନୟ କରୁଥିବା କୁନା ବାସ୍ତବରେ ଅତି ସରଳ ଅମାୟିକା, ମିଷ୍ଠାଭାଷୀ ଓ ଭଦ୍ର ମଣିଷ।



from Odisha Reporter http://bit.ly/2G8YdWd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages