
ନୂଆଦିଲ୍ଲୀ: ବରିଷ୍ଠ ବିଚାରପତିଙ୍କୁ ଅଣଦେଖା କରି ଦୁଇ କନିଷ୍ଠ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ମିଳିବା ନେଇ ସୃଷ୍ଟି ହୋଇଥିବା ବିବାଦରେ ଆଜି ଏକ ନୂଆ ଟ୍ୱିଷ୍ଟ୍ ଆସିଛି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ପ୍ରଥମେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ଓ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ପ୍ରଦୀପ ନନ୍ଦରାଯୋଗଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ନାଁଗୁଡ଼ିକ ରାଷ୍ଟ୍ରପତିଙ୍କ ପାଖକୁ ଯିବା ପୂର୍ବରୁ କିଛି ଗଣମାଧ୍ୟମରେ ପ୍ରକାଶିତ ପାଇଥିଲା। ତେଣୁ ଏଥିରେ ବିରକ୍ତ ହୋଇ ଜଷ୍ଟିସ ଗୋଗୋଇ କଲେଜିୟମ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏଥିସହ କେମିତି ଏହି ଖବର ବାହାରକୁ ଗଲା, ତା’କୁ ନେଇ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ।
ଏହାପରେ ଜାନୁଆରୀ ୫-୬ରେ ପୁଣିଥରେ କଲେଜିୟମ ବୈଠକ ବସିଥିଲା। ପୂର୍ବରୁ କଲେଜିୟମ୍ରେ ଥିବା ବିଚାରପତି ଜଷ୍ଟିସ୍ ମଦନ ବି ଲୋକୁର ଅବସର ନେଇଥିବାରୁ ଜଷ୍ଟିସ୍ ଅରୁଣ ମିଶ୍ରଙ୍କୁ ଏଥିରେ ସାମିଲ କରାଯାଇଥିଲା।
କଲେଜିୟମ୍ ପୂର୍ବରୁ ପଦୋନ୍ନତି ପାଇଁ ନିଷ୍ପତ୍ତି ନେଇଥିବା ଦୁଇ ନାଁ ବଦଳରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ କର୍ଣ୍ଣାଟକା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀନେଶ ମାହେଶ୍ୱରୀଙ୍କୁ ପଦନ୍ନୋତି ଦେଇ ସୁପ୍ରିମକୋର୍ଟ ବିଚାରପତି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ପରବର୍ତ୍ତୀ ଅବସ୍ଥାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି।
ହେଲେ ବରିଷ୍ଠ ବିଚାରପତି ରହିଥିବା ବେଳେ କେମିତି ଦୁଇ କନିଷ୍ଠ ବିଚାରପତିଙ୍କୁ ପଦୋନ୍ନତି ମିଳିଲା, ତାକୁ ନେଇ ବିବିଦ ସୃଷ୍ଟି ହୋଇଛି। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଆର୍ଏମ୍ ଲୋଧାଙ୍କ ଠାରୁ ଆରମ୍ଭ କରି ବାର କାଉନସିଲ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ସମସ୍ତେ କଲେଜିୟମର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଥିସହ ଏହାକୁ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି।
from Odisha Reporter http://bit.ly/2sxB5bZ
No comments:
Post a Comment