୫ ପାକ୍‌ ସୈନ୍ୟ ନିହତ ପରେ ଇସ୍‌ଲାମାବାଦକୁ ଏମିତି ସନ୍ଦେଶ ଦେଲେ ଲ୍ୟୁଟନାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

୫ ପାକ୍‌ ସୈନ୍ୟ ନିହତ ପରେ ଇସ୍‌ଲାମାବାଦକୁ ଏମିତି ସନ୍ଦେଶ ଦେଲେ ଲ୍ୟୁଟନାଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନ ବାରମ୍ବାର ସୀମାଲଙ୍ଘୁ ଥିବାରୁ ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଗୁରୁବାର ଭୋର ସମୟରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୫ ଜଣ ପାକିସ୍ତାନ ସୈନ୍ୟ ନିହତ ହୋଇଥିବା ବେଳେ ୭ରୁ ଅଧିକ ବଙ୍କର ଧ୍ୱଂସ ହୋଇଯାଇଥିଲା। ଏଥିସହ ଅନ୍ୟ ୧୦ ଜଣ ପାକିସ୍ତାନ ସୈନ୍ୟ ମଧ୍ୟ ଆହତ ହୋଇଥିଲେ।

ଏହି ଘଟଣା ପରେ ନର୍ଦନ କମାଣ୍ଡ ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ରଣବୀର ସିଂହ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିବା ସହ ନିଜ ସୀମା ମଧ୍ୟରେ ରହିବାକୁ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, “ଭାରତୀୟ ସେନାର କ୍ଷତି କରିବାକୁ ଚାହିଁଲେ, ଏଭଳି ପରିସ୍ଥିତି ଭୋଗିବାକୁ ପଡ଼େ। ତେଣୁ ପାକିସ୍ତାନ ଜାଣିବା ଦରକାର ଯେ ଭାରତ ସର୍ବଦା ଇସ୍‌ଲାମାବାଦଠାରୁ ଗୋଟିଏ ପାଦ ଆଗରେ ରହିଛି।”

ଅନ୍ତର୍ଜାତୀୟ ନିୟନ୍ତ୍ରଣର ରେଖା ଠାରେ ଭାରତୀୟ ସେନା ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି,“ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାର ବିପରୀତ ଦିଗରେ ଅର୍ଥାତ ପାକିସ୍ତାନ ସୀମାରେ ଭାରତୀୟ ଯବାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ସୀମା ନିକଟବର୍ତ୍ତୀ ଅଞ୍ଚଳରୁ ମିଳିଥିବା ୱାରଲେସ୍‌ ଓ ଅନ୍ୟ ସାମାଗ୍ରୀ ଏହା ପ୍ରମାଣିତ କରୁଛି ଯେ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଦୋହଲି ଯାଇଛି। କେବଳ ପାକିସ୍ତାନ ସେନା ନୁହନ୍ତି ଭାରତର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ମଧ୍ୟ ବ୍ୟାପକ କ୍ଷତି ସହିଛନ୍ତି।”

ଅନ୍ୟପକ୍ଷରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପୂର୍ବରୁ ବାରମ୍ବାର ଅସ୍ତ୍ରବିରତି କରୁଥିବା ପାକିସ୍ତାନ ଏଥିରେ ବିରାମ ଲଗାଇଛି।



from Odisha Reporter http://bit.ly/2CrYu36

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages