କେନ୍ଦ୍ରୀୟ ବିଦ୍ୟାଳୟରେ ସଂସ୍କୃତ ପ୍ରାର୍ଥନା: ଶୁଣାଣି କରିବେ ସାମ୍ବିଧାନିକ ଖଣ୍ଡପୀଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

କେନ୍ଦ୍ରୀୟ ବିଦ୍ୟାଳୟରେ ସଂସ୍କୃତ ପ୍ରାର୍ଥନା: ଶୁଣାଣି କରିବେ ସାମ୍ବିଧାନିକ ଖଣ୍ଡପୀଠ

ନୂଆଦିଲ୍ଲୀ: ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ(କେଭି)ରେ ସକାଳ ପ୍ରାର୍ଥନା ସମୟରେ ସମସ୍ତ ଛାତ୍ରଛାତ୍ରୀ ସଂସ୍କୃତ ଭାଷାରେ ଶ୍ଳୋକ ବା ପ୍ରାର୍ଥନା ଗାଇବା ବାଧ୍ୟତାମୂଳକ କରାଯାଇଛି। ତେବେ ଏହା ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ଅଭିଯୋଗ ହେବା ସହ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏବେ ଏହାର ଶୁଣାଣି ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ କରିବେ।

ସୋମବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଆର ନରିମନ ଏହି ମାମଲାର ଶୁଣାଣି ସାମ୍ବିଧାନିକ ବେଞ୍ଚକୁ ପଠାଇ ଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏହି ମାମଲାର ଶୁଣାଣି କେଉଁ ବେଞ୍ଚରେ ହେବ, ସେକଥା ସ୍ଥିର କରିବେ।

ସୋମବାର ଶୁଣାଣି ବେଳେ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ,“ତମସୋ ମା ଜ୍ୟୋତିର୍ଗମୟ” ସଂସ୍କୃତରେ ଲେଖା ଯାଇଛି।

ତେଣୁ ଏଭଳି ସଂସ୍କୃତ ଶ୍ଳୋକ ଗାଇବା ଦ୍ୱାରା କେହି ହିନ୍ଦୁ ହେଇଯାଉନାହିଁ। ଏହା ଧର୍ମ ସହ କୌଣସି ସମ୍ପର୍କ ରଖେନାହିଁ। ତେଣୁ ଏହାକୁ ସାଂପ୍ରଦାୟିକ ରୂପ ଦିଆ ନଯାଉ।”

ଆବେଦନକାରୀ ଓକିଲ ବିନାୟକ ଶାହ କହିଥିଲେ, “ ଭାରତୀୟ ସମ୍ବିଧାନରେ ସ୍କୁଲ ମଧ୍ୟରେ କୌଣସି ଧର୍ମର ପ୍ରଚାର ପାଇଁ ବାରଣ କରାଯାଇଛି। ତଥାପି ସ୍କୁଲ ମଧ୍ୟରେ ଏଭଳି ସଂସ୍କୃତ ଶ୍ଳୋକ ପ୍ରାର୍ଥନା ସମୟରେ ଗାଇବାକୁ ବାଧ୍ୟତାମୂଳକ କରାଯାଉଛି। ତେଣୁ ଏହା ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି।”



from Odisha Reporter http://bit.ly/2Wsky6H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages