
ନାଗପୁର: ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଶଣ କରୁଥିବା କିଛି ସ୍କୁଲ ଛାତ୍ରୀଙ୍କ ଉପରେ ଟଙ୍କା ଉଡ଼ାଇବା ଜଣେ କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଛି। ଟଙ୍କା ଉଡ଼ାଇବା ଭିଡିଓ ଭାଇରାଲ ହେବା ପରେ ଉକ୍ତ କନଷ୍ଟେବଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ଏହି କନଷ୍ଟେବଲଙ୍କ ନାଁ ପ୍ରମୋଦ ୱାଲେକ ହୋଇଥିବା ବେଳେ ଟଙ୍କା ଉଡ଼ାଇବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଡ୍ୟୁଟିରେ ଥିବା ପ୍ରମୋଦ ହଠାତ୍ ଜିଲ୍ଲା ପରିଷଦ ସ୍କୁଲକୁ ଯାଇଥିଲେ। ସେଠାରେ ୬ଷ୍ଠ ଶ୍ରେଣୀର କିଛି ଛାତ୍ରୀ ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଶଣ କରୁଥିଲେ।
ଏହି ସମୟରେ ପ୍ରମୋଦ ଷ୍ଟେଜ ଉପରକୁ ଖାକି ବର୍ଦ୍ଦି ପିନ୍ଧି ଚଢ଼ିବା ସହ ସେମାନଙ୍କ ସହ ନାଚିଥିଲେ। ଏହାପରେ ସେ ଝିଅମାନଙ୍କ ଉପରେ ଟଙ୍କା ଉଡ଼ାଇଥିଲେ। ଏହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
ପ୍ରମୋଦ ଷ୍ଟେଜ ଉପରେ ଚଢ଼ିବା ଦେଖି ସେଠାରେ ଥିବା ଦର୍ଶକ ଓ ନୃତ୍ୟ କରୁଥିତବା ଛାତ୍ରୀମାନେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଦେଖନ୍ତୁ ଭିଡିଓ
#WATCH Police constable showers cash on students during Republic Day function at a government school in Nagpur district's Nand. The police constable was suspended following the incident. (26 January) #Maharashtra pic.twitter.com/nyTZeRCznO
— ANI (@ANI) January 29, 2019
from Odisha Reporter http://bit.ly/2RrhoN3
No comments:
Post a Comment