
ଗୁଆହାଟୀ: ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ପରେ ଆସାମରେ ମଦମୃତ୍ୟୁର ଖବର ପହଞ୍ଚିଛି। ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇପଡ଼ିଥିବା ଚା ବଗିଚା ଶ୍ରମିକମାନଙ୍କ ମଧ୍ୟରୁ ଶେଷଖବର ସୁଦ୍ଧା ମୃତକଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ୫୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ପୁଲିସ୍ ସୂଚନା ଅନୁଯାୟୀ, ଗୁଆହାଟୀଠାରୁ ୩୧୦ କିଲୋମିଟର ଦୂର ଗୋଲାଘାଟରେ ଘଟିଥିବା ଏହି ଅଘଟଣରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଗୁରୁବାର ରାତିରେ ସେମାନେ ଏହି ବିଷାକ୍ତ ମଦ ପିଇଥିଲେ। ବର୍ତ୍ତମାନ ମଧ୍ୟ ହସ୍ପିଟାଲକୁ ଅସୁସ୍ଥ ଲୋକଙ୍କୁ ବୁହାଚାଲିଛି।
ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଗୋଲାଘାଟ ହସ୍ପିଟାଲର ଜଣେ ଡାକ୍ତର ଦିଲ୍ଲୀପ ରାଜବଂଶୀ କହିଛନ୍ତି, ‘ନକଲି ଦେଶୀ ମଦ’ ପିଇବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି। ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଜଣେ ବିଧାୟକ ମୃଣାଳ ସାଇକିଆ କହିଛନ୍ତି, ସେଦିନ ପ୍ରାୟ ୧୦୦ ଜଣ ଲୋକ ମଦ୍ୟପାନ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କୁ ହସ୍ପିଟାଲ ବୁହାଚାଲିଛି।
from Odisha Reporter https://ift.tt/2NlanwE
No comments:
Post a Comment