ଦେବାଶିଷଙ୍କ ନାଁରେ ଏତଲା, ଗିରଫ ଦାବି କଲା ଵିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଦେବାଶିଷଙ୍କ ନାଁରେ ଏତଲା, ଗିରଫ ଦାବି କଲା ଵିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆକ୍ରମଣରେ ଶହୀଦ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କ ପ୍ରତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତଣ୍ଟିଆମରା ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛି। ଏହି ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ ଦେବାଶିଷଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ରୁଜୁ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ ପାଇଁ ଦଳ ଦାବି କରିଛି। କଂଗ୍ରେସ ମଧ୍ୟ ଦେବାଶିଷଙ୍କ ପ୍ରସଙ୍ଗରେ ଆଜି ଅନୁରୂପ ଦାବି ରଖିଛି।

ଥାନାରେ ଏତଲା ଦିଆଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସୈନିକ ପ୍ରକୋଷ୍ଠର ଆବାହକ ଅବସରପ୍ରାପ୍ତ ଲେଫଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି କହିଛନ୍ତି ଯେ, ଦେବାଶୀଷଙ୍କ ଏପ୍ରକାର ଅଶୋଭନୀୟ ବ୍ୟବହାର ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦେବାଶିଷ ସମଗ୍ର ଦେଶକୁ ଅପମାନିତ କରିଛନ୍ତି। ଏହି ଅଶୋଭନୀୟ ଭିଡିଓକୁ ଏବେ ପାକିସ୍ତାନର ସମସ୍ତ ଗଣମାଧ୍ୟମ ଦେଖାଇ ସାରିଲେଣି। ଏହା ସମଗ୍ର ଓଡ଼ିଶା ତଥା ଦେଶପ୍ରତି ଲଜ୍ଜାକର କଥା। ଆଉ ଦଳର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ନିରବ ରହିଛନ୍ତି। ମୁଖ୍ୟମନ୍ତ୍ରୀ କାହିଁକି ଦେବାଶୀଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ବିଜେପି ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ଦେବାଶୀଷ ସାମନ୍ତରାୟଙ୍କ ନାଁରେ ଦେଶକୁ ଅପମାନିତ କରିବା ଅପରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲା ଦିଆଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି ଏପର୍ଯ୍ୟନ୍ତ ଦଳର ମୁଖିଆ ଭାବେ କାହିଁକି ସହିଦ ପରିବାରକୁ ଭେଟିନାହାନ୍ତି ବୋଲି ଜେନେରାଲ ମହାନ୍ତି ପ୍ରଶ୍ନ କରିଛନ୍ତି। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ରାଜନୀତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ମନୋରଞ୍ଜନ କାର୍ଯ୍ୟକ୍ରମରେ କର୍ମୀଙ୍କୁ ମସଗୁଲ କରିବାରେ ଲାଗିଛନ୍ତି। ଏଥିରୁ ଭାରତୀୟ ଯବାନଙ୍କ ପାଇଁ ବିଜେଡିର ଟିକିଏ ମାତ୍ର ସମ୍ମାନ ନଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ସେ କହିଛନ୍ତି।

ବିଜେପି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି ଏପର୍ଯ୍ୟନ୍ତ ଦଳର ମୁଖିଆ ଭାବେ କାହିଁକି ସହିଦ ପରିବାରକୁ ଭେଟିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ବାଲେଶ୍ୱରରେ ଜଣେ ଯବାନଙ୍କୁ ବିଜେଡି ନେତାମାନେ ମାଡ଼ ମାରିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ତେଣୁ ଏଥିରୁ ପ୍ରମାଣ ମିଳୁଛି ଯେ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ଯବାନଙ୍କ ପ୍ରତି ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କର ଦରଦ କି ସମ୍ମାନ ନାହିଁ। ଏହା ଓଡ଼ିଶାର ସମସ୍ତ କର୍ତ୍ତ୍ୟବରତ ଓ ଅବସରପ୍ରାପ୍ତ ଯବାନଙ୍କୁ ଅପମାନିତ କରୁଛି ବୋଲି ଲେ.ଜେନେରାଲ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ କର୍ଣ୍ଣେଲ ଲକ୍ଷ୍ମୀଧର ପରିଡ଼ା, ଅବସରପ୍ରାପ୍ତ କର୍ଣ୍ଣେଲ ଏମପି ନନ୍ଦ ଉପସ୍ଥିତ ଥିଲେ।



from Odisha Reporter https://ift.tt/2GFYhhf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages