ଇମ୍ରାନଙ୍କ ସଫେଇର କଡ଼ା ଜବାବ ରଖିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଇମ୍ରାନଙ୍କ ସଫେଇର କଡ଼ା ଜବାବ ରଖିଲା ଭାରତ

ନୂଆଦିଲ୍ଲୀ: ପୁଲ୍‌ୱାମା ଆକ୍ରମଣ ସହିତ ପାକିସ୍ତାନର କୌଣସି ସମ୍ପର୍କ ନଥିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସଫେଇ ପରେ ଏହାର ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଲ୍‌ୱାମାଠାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ୱୀକାର କରିବାକୁ ନାରାଜ। ସେ ଏହି ଘୃଣ୍ୟ ଆକ୍ରମଣର ନା ନିନ୍ଦା କଲେ, ନା ସହିଦଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଲେ।

ଏହି ବାର୍ତ୍ତାରେ ଆହୁରି ମଧ୍ୟ କୁହାଯାଇଛି, “ଆତଙ୍କବାଦ ଏବଂ ପାକିସ୍ତାନ ମଧ୍ୟରେ କୌଣସି ସମ୍ପର୍କ ନଥିବା କହିବା ପାକିସ୍ତାନର ଚିରାଚରିତ ଗଳାବାଟ। ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ଏବଂ ସେହି ଆତଙ୍କୀ ଭିଡିଓ ରିଲିଜ୍‌ କରି ସ୍ୱୀକାର କରିବା ଘଟଣାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କିଭଳି ଭାବରେ ଏଡ଼ାଇ ଯାଉଛନ୍ତି? ଜୈଶ ଏ ମହମ୍ମଦ ଏବଂ ଏହାର ମୁଖ୍ୟ ମାସୁଦ୍‌ ଅଜହର ପାକିସ୍ତାନର ବୋଲି କାହାକୁ ଅଛପା ନାହିଁ।”

ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଭାରତ ଏହି ଆକ୍ରମଣ ସମ୍ବନ୍ଧରେ ପ୍ରମାଣ ଦେଲେ ଯାଇ ଇମ୍ରାନ୍‌ ତଦନ୍ତ କରିବେ ବୋଲି ପ୍ରସ୍ତାବ ଦେବା ସବୁଠାରୁ ବଡ଼ ଚାଲାକି। ୨୬/୧୧ ଆକ୍ରମଣ ବାବଦରେ ପ୍ରମାଣ ଦିଆଯାଇଥିଲା, ଏହାପରେ ୧୦ ବର୍ଷ ବିତିଯାଥିଲେ ମଧ୍ୟ ଏହାର ସ୍ଥିତି କ’ଣ ପାକିସ୍ତାନ ସରକାର ପାଖରେ ତା’ର ଉତ୍ତର ନାହିଁ। ଠିକ୍‌ ସେହିଭଳି ପଠାନ୍‌କୋଟ୍‌ ଏୟାରବେସ୍‌ ଉପରେ ଆକ୍ରମଣ ଘଟଣା ସମୟରେ ମଧ୍ୟ ପାକିସ୍ତାନ ସେହିଭଳି ଚାଲାକି ଦେଖାଇଥିଲା। ପାକିସ୍ତାନର ଟ୍ରାକ୍‌ ରେକର୍ଡ ଦେଖିଲେ ଜଣାଯାଏ, ତାଙ୍କର ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫମ୍ପା।

ଆତଙ୍କବାଦ ବାବଦରେ ଭାରତ କହିଛି, ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ସବୁ ଦେଶ ମାନିବେ ଯେ ପାକିସ୍ତାନ ହିଁ ଆତଙ୍କବାଦର କେନ୍ଦ୍ର। ଇମ୍ରାନ୍‌ ଖାନ୍‌ଙ୍କ ‘ନୟା ପାକିସ୍ତାନ’କୁ ପରିହାସ କରି ଏହି ବିବୃତିରେ କୁହାଯାଇଛି, ଜାତିସଂଘ ଆତଙ୍କବାଦୀ ଘୋଷଣା କରିଥିବା ହାଫିଜ୍‌ ସୟିଦ୍‌ ସହିତ ତାଙ୍କ ସରକାରର ମନ୍ତ୍ରୀମାନେ ଏକା ମଞ୍ଚରେ ବସିବା ହେଉଛି ‘ନୟା ପାକିସ୍ତାନ’ର ନୂଆ ଆଇଡିଆ।

ଭାରତରେ ସାଧାରଣ ନିର୍ବାଚନ ଏପ୍ରିଲ/ମେ’ ମାସରେ ହେବାକୁ ଥିବାବେଳେ ଏହି ସମୟରେ ଆକ୍ରମଣ ହେଉଛି ବୋଲି ଇମ୍ରାନ ଦେଇଥିବା ଟିପ୍ପଣୀର ଉତ୍ତରରେ କୁହାଯାଇଛି, ଭାରତ ଏହି ଅଭିଯୋଗକୁ ଖଣ୍ଡନ କରୁଛି। ଭାରତର ଗଣତନ୍ତ୍ର ସମଗ୍ର ବିଶ୍ୱ ପାଇଁ ଆଦର୍ଶ ଯାହା ପାକିସ୍ତାନ କେବେ ମଧ୍ୟ ବୁଝିପାରିବନି। ଆମେ ଦାବି କରୁଛୁ ପାକିସ୍ତାନ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ ଏବଂ ପୁଲ୍‌ୱାମା ଆକ୍ରମଣ ପଛରେ ଥିବା ସଂଗଠନ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ।



from Odisha Reporter http://bit.ly/2DVO0tl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages