ମାସୁଦକୁ ଆତଙ୍କବାଦୀ ଘୋଷଣା ଦାବିରେ ଜାତିସଂଘ ଯିବ ଫ୍ରାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ମାସୁଦକୁ ଆତଙ୍କବାଦୀ ଘୋଷଣା ଦାବିରେ ଜାତିସଂଘ ଯିବ ଫ୍ରାନ୍ସ

ପ୍ୟାରିସ: ଏବେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶର ପ୍ରତିଷ୍ଠାତା ମାସୁଦ ଆଝାର ବିରୋଧରେ ଅଣ୍ଟା ଭିଡ଼ିଛି ଫ୍ରାନ୍ସ। ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଫ୍ରାନ୍ସ ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରିବ ବୋଲି ଆଜି ସୂଚନା ଦେଇଛି।

ଯଦି ଫ୍ରାନ୍ସ ଜାତିସଂଘରେ ମାସୁଦକୁ ଆତଙ୍କବାଦୀ ଘୋଷଣା କରେ, ତା’ହେଲେ ଏହା ଦେଶର ଦ୍ୱିତୀୟ ପ୍ରୟାସ ହେବ। ୨୦୧୭ରେ ଫ୍ରାନ୍ସ ଜାତିସଂଘରେ ମାସୁଦ ବିରୋଧରେ ପ୍ରସ୍ତାବ ଆଗତ କରିଥିଲା। ଏହାକୁ ଆମେରିକା ଓ ବ୍ରିଟେନ୍‌ ସମର୍ଥନ କରିଥିଲେ। ତେବେ ଭିଟୋ ପାୱାର ବଳରେ ଚୀନ୍‌ ଏହାକୁ ପାସ ହେବାକୁ ଦେଇ ନ ଥିଲା।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ମାସୁଦର ହାତ ଥିବା ସ୍ପଷ୍ଟ ହେବା ପରେ ଭାରତ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ଏହିକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୀତିକ ପରାମର୍ଶଦାତା ଫିଲିପ୍‌ ଇଣ୍ଟେନେଙ୍କ ସହ କଥା ହୋଇଥିଲେ। ଏହାପରେ ଫ୍ରାନ୍ସ ପକ୍ଷରୁ କୁହାଯାଇଛି ଯେ, “ଏହି କିଛି ଦିନ ମଧ୍ୟରେ ମାସୁଦକୁ ଆତଙ୍କବାଦୀ ଘୋଷଣା କରିବାକୁ ଏକ ପ୍ରସ୍ତାବ ଜାତିସଂଘରେ ପୁଣି ଆଗତ କରାଯିବ।”



from Odisha Reporter http://bit.ly/2TVqnrz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages