ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ବଡଗାମ୍‌: ବୁଧବାର ସକାଳେ ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟ୍ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି।

ବାୟୁସେନାର ଏହି ବିମାନ ଦୁର୍ଘଟଣା କେଉଁ କାରଣରୁ ଘଟିଥିଲା ତାହା ଭାରତୀୟ ବାୟୁସେନାର ଟେକ୍ନିକାଲ ଟିମ୍ ପହଞ୍ଚି ତଦନ୍ତ କଲେ ଜଣାପଡ଼ିବ ବୋଲି ବଡଗାମ୍ର ଏସ୍ଏସ୍‌ପି ଜଣାଇଛନ୍ତି।
ସକାଳ ୧୦.୫ ସମୟରେ ବଡଗାମ୍‌ର ଗାରେଣ୍ଡ କାଲାନ୍ ନିକଟରେ ଏକ ଖୋଲା ସ୍ଥାନରେ ଏହି ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁଇଖଣ୍ଡ ହେବାପରେ ଏଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାସ୍ଥଳରେ ହିଁ ଜଣେ ପାଇଲଟଙ୍କ ମୃତଦେହ ପଡ଼ିରହିଥିଲା।

ଶେଷ ଖବର ସୁଦ୍ଧା ମୃତ ପାଇଲଟଙ୍କ ପରିଚୟ ମିଳିପାରିନାହିଁ।



from Odisha Reporter https://ift.tt/2StLShF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages