ନୱାଜ୍‌ଙ୍କ ପାଇଁ ଫ୍ୟାନ୍‌ଙ୍କ ପାଗଳାମୀ.. ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ନୱାଜ୍‌ଙ୍କ ପାଇଁ ଫ୍ୟାନ୍‌ଙ୍କ ପାଗଳାମୀ.. ଦେଖନ୍ତୁ ଭିଡିଓ

nawaj

ମୁମ୍ବାଇ: ପ୍ରେମିକ ଆଉ ପ୍ରଶଂସକ ଉଭୟେ ପାଗଳ। ଜଣେ ନିଜ ପ୍ରେମିକା ପାଇଁ ଆଉ ଜଣେ ନିଜ ମନ ପସନ୍ଦର ବ୍ୟକ୍ତି ପାଇଁ। ବେଳେବେଳେ ସେମାନେ ଏମିତି ପାଗଳାମି କରନ୍ତି ଯାହା ବେଶ ଚର୍ଚ୍ଚର ଖୋରାକ ଯୋଗାଇଥାଏ। ଅବଶ୍ୟ ଏଥିରେ ସେମାନଙ୍କ ଭଲ ପାଇବା ବି ଜାହିର୍‌ ହୋଇଥାଏ।

ପ୍ରେମିକା ପାଇଁ ସୁଉଚ୍ଚ ପାଣିଟାଙ୍କି ଉପରେ ଚଢିବା, ରାସ୍ତାରେ ଶୋଇବା….ମନପସନ୍ଦର କଳାକାରଙ୍କ  ଫିଲ୍ମ ରିଲିଜ୍‌ ଦିନ ପୂରା ହଲ୍‌ ବୁକ୍‌ କରିବା, ହୀରାର ଗହଣା ଉପହାର ଦେବା… ଏମିତି ଅନେକ କିଛି ଦେଖିବାକୁ ମିଳିଛି। ଏବେ ଆଉ ଜଣେ ପାଗଳ ପ୍ରଶଂସକ ବା ଫ୍ୟାନଙ୍କ ପାଗଳାମି ଦେଖିବାକୁ ମିଳିଛି ଯେଉଁଥିପାଇଁ ଅସୁବିଧାରେ ପଡ଼ିଥିଲେ  ଅଭିନେତା  ନୱାଜୁଦ୍ଦିନ୍‌ ସିଦ୍ଦିକ୍‌।

ଅଭିନେତା ନଓ୍ଵାଜୁଦ୍ଦିନ୍‌ ନିଜର ନିଆରା ଅଭିନୟ ପାଇଁ ଖୁବ୍‌ କମ୍‌ ଦିନରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଆଗକୁ ତାଙ୍କର ଆଉ ଏକ ଫିଲ୍ମ ଫଟୋଗ୍ରାଫ୍‌ ରିଲିଜ୍‌ ହେବାକୁ ଥିବା ବେଳେ ସେ ତାର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି। ଏହା ସହ କାନପୁରରେ  ଫିଲ୍ମ ‘ରାତ୍‌ ଅକେଲି’ର ଶୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି ।

ନିକଟରେ ଫିଲ୍ମ ସୁଟିଂ ସାରି ନୱାଵାଜୁଦ୍ଦିନ୍‌ ନିଜ କାର୍‌ ପାଖକୁ ଆସୁଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ । ତାଙ୍କ ସହ ସେଲ୍‌ଫି ନେବା ପାଇଁ ଚାଲିଥିଲା ପ୍ରତିଦ୍ବନ୍ଦ୍ବିତା। ଏହି ଭିଡ଼ ଭିତରେ ହଠାତ ଜଣେ ଯୁବକ ପଶିଆସି ପଛପଟୁ ନୱାଜୁଦ୍ଦିନଙ୍କ କଲର ଧରି ନିଜ ଆଡ଼କୁ ଟାଣି ନେଇଥିଲେ। ଅବଶ୍ୟ ତାଙ୍କ ଉଦ୍ଦେଶ୍ୟ ଅନ୍ୟ କିଛି ନ ‍ଥିଲା । ଥିଲା କେବଳ ସେଲଫି ନେବା। ହେଲେ ତାଙ୍କ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ। କାରଣ  ସେଲଫି ନେବା ପୂର୍ବରୁ ସୁରକ୍ଷାକର୍ମୀମାନେ  ଯୁବକଙ୍କୁ ଠେଲି ନଓ୍ଵାଜୁଦ୍ଦିନ୍‌ଙ୍କ ଟାଣି ଗାଡ଼ିରେ ବସାଇ ଦେଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ନଓ୍ଵାଜୁଦ୍ଦିନ୍‌ ନୁହନ୍ତି, ଏହା ପୂର୍ବରୁ ଅନେକ କଳାକାରଙ୍କ ସହ ଏଭଳି ଘଟି ସାରିଛି ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2T3Cc2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages