ସୁଶିଲ ଚନ୍ଦ୍ରା ନିର୍ବାଚନ କମିଶନର ନିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ସୁଶିଲ ଚନ୍ଦ୍ରା ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନକୁ ଅଳ୍ପ କିଛି ସପ୍ତାହ ବାକି ଥିବାବେଳେ ୧୯୮୦ ବ୍ୟାଚ୍‌ ଭାରତୀୟ ଆୟକର ସେବା ଅଧିକାରୀ ସୁଶିଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ନିଯୁକ୍ତି ପାଇଛନ୍ତି।

ଆଇଆଇଟିର ଏହି ପ୍ରାକ୍ତନ ଛାତ୍ର ଚନ୍ଦ୍ରା ଏହା ପୂର୍ବରୁ ସିବିଡିଟି ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। ଚନ୍ଦ୍ରା ୨୦୧୬ ନଭେମ୍ବର ୧ରେ ସିବିଡିଟି ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ଚଳିତ ବର୍ଷ ମେ’ ୩୧ରେ ତାଙ୍କୁ ପୁଣିଥରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।

ସେ ନିର୍ବାଚନ ପ୍ୟାନେଲ୍‌ରେ ଦ୍ୱିତୀୟ ନିର୍ବାଚନ କମିଶନରର ଭୂମିକା ନେବେ। ବର୍ତ୍ତମାନ ସୁନୀଲ ଅରୋରା ମୁଖ୍ୟ ନିର୍ବାଚନ କମିଶନର ଏବଂ ଅଶୋକ ଲାଭାସା ନିର୍ବାଚନ କମିଶନର ଦାୟିତ୍ୱରେ ଅଛନ୍ତି। ଏହି ନବଗଠିତ ପ୍ୟାନେଲ ଲୋକସଭା ନିର୍ବାଚନ ଏବଂ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନର ପରିଚାଳନା ଦାୟିତ୍ୱ ନେବ। ଆସନ୍ତା କିଛି ସପ୍ତାହରେ ହିଁ ନିର୍ବାଚନର ତାରିଖ ସବୁ ଘୋଷଣା ହେବ।



from Odisha Reporter http://bit.ly/2UYGWD4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages