ଅମୀଷାଙ୍କ ବିରୋଧରେ ଠକେଇ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଅମୀଷାଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆମୀଷା ପଟେଲ ଏବେ ଅଡ଼ୁଆରେ ପଡ଼ିଚନ୍ତି। ଏକ ଇଭେଣ୍ଟ କମ୍ପାନୀ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ନେଇ ମାମଲା ରୁଜ୍ଜୁ କରିଛି। ଅମୀଷା ଟଙ୍କା ନେଇ ଇଭେଣ୍ଟରେ ସାମିଲ୍‌ ନ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ୪ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ତେବେ ଏସିଜେମ୍-୫ ରବିଶ କୁମାର ଅତ୍ରୀଙ୍କ କୋର୍ଟ ଏ ସମସ୍ତଙ୍କୁ ମାର୍ଚ୍ଚ ୧୨ରେ ହାଜର ହେବାକୁ କହିଛନ୍ତି।

୨୦୧୭ ନଭେମ୍ବର ୧୬ରେ ଏକ ବାହାଘରରେ ନାଚିବା ଲାଗି ଅମୀଷାଙ୍କୁ ଡକାଯାଇଥିଲା। ଏଥିପାଇଁ ତାଙ୍କୁ ୧୧ଲକ୍ଷଟଙ୍କା ଦିଆଯାଇଥିଲା। ହେଲେ ଟଙ୍କା ନେଲା ପରେ ବି ସେ ବାହାଘରରେ ପହଞ୍ଚି ନ ଥିଲେ ।

ସୂଚନା ମୁତାବକ, ପବନ କୁମାର ବର୍ମା ମୁରାଦାବାଦ୍‌ରେ ଏକ ଇଭେଣ୍ଟ ମ୍ୟାନଜ୍‌ମେଣ୍ଟ କମ୍ପୀନୀ ଚଳାନ୍ତି। ସେ ଅମୀଷାଙ୍କୁ ୧୧ ଲକ୍ଷ ଟଙ୍କା ଦେଇ ନିଜ କ୍ଲାଇଣ୍ଟଙ୍କ ବାହଘରରେ ଷ୍ଟେଜ୍‌ ପ୍ରୋଗ୍ରାମ୍ କରିବାକୁ ଡାକିଥିଲେ। ହେଲେ ଅମୀଷା ବାହାଘରର ପହଞ୍ଚି ନ ଥିଲେ।

ଏହାପରେ ପବନ କୁମାର ଅମୀଷା ଓ ତାଙ୍କ ସହଯୋଗୀଙ୍କୁ ଫୋନ୍‌ କରିଥିଲେ, ହେଲେ ସେମାନେ ଫୋନ୍‌ ରିସିଭ୍‌ କରି ନ ଥିଲେ। ଏହାପରେ ସେ ବୁକିଂ କରାଇଥିବା ରାଜ କୁମାର ଗୋସ୍ୱାମୀଙ୍କୁ ଟଙ୍କା ଫେରସ୍ତ ପାଇଁ ଫୋନ୍‌ କରିଥିଲେ। ହେଲେ ସେ ଟଙ୍କା ଫେରାଇବାକୁ ମନା କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

ପବନଙ୍କ କହିବା ଅନୁଯାୟୀ ଇଭେଣ୍ଟ ପାଇଁ ଅମୀଷା ଓ ତାଙ୍କ ସହଯୋଗୀଙ୍କ ପାଇଂ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ୧୧ ଲକ୍ଷ ଟଙ୍କା ବ୍ୟତୀତ ପାଞ୍ଚ ଜଣଙ୍କର ଫ୍ଲାଇଟ୍‌ ଟିକଟ୍, ପଞ୍ଚ ତାରକା ହୋଟେଲ୍‌ରେ ବୁକିଂ ଓ ଅନ୍ୟ ସମସ୍ତ ବ୍ୟବ୍ୟସ୍ଥା କରାଯାଇଥିଲା। ଅମୀଷା ଦିଲ୍ଲୀ ଯାଏ ତ ଆସିଥିଲେ, ହେଲେ ସେଠୁ ମୁରାଦାବାଦରେ ବାହାଘରରେ ଯୋଗ ଦେଇ ନ ଥିଲେ। ଦିଲ୍ଲୀ ଆସିବା ପରେ ଅଭିନେତ୍ରୀଙ୍କ ଆସିଷ୍ଟାଣ୍ଟ ଆଉ ୨ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ଆଉ କହିଥିଲେ, ତାଙ୍କୁ ମିଛ କୁହାହୋଇଥିଲା ଯେ ଦିଲ୍ଲୀଠୁ ମୁରାଦାବାଦ୍‌ ମାତ୍ର ୨ ଘଣ୍ଟାର ରାସ୍ତା। ଯେବେକି ଲୋକମାନେ ଏହା ୫ ଘଣ୍ଟାର ବୋଲି କହୁଛନ୍ତି। ତେଣୁ ଆଉ ୨ ଲକ୍ଷ ଟଙ୍କା ଦେଲେ ଯାଇ ସେ ମୁରାଦାବାଦ ବାହାଘରକୁ ଯିବେ ବୋଲି କହିଥିଲେ। ଏହାପରେ ପବନ କୁମାରଙ୍କ ଓକିଲ ଏହି ମାମଲାକୁ ସିଜେଏମ୍‌ କୋର୍ଟରେ ଦାୟର କରିଥିଲେ।



from Odisha Reporter http://bit.ly/2S39o4W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages